ସୁନାର ଗହଣା କହି ଡ୍ରାମା କୁଇନଙ୍କୁ ଠକିଦେଲେ ସ୍ୱାମୀ ରିତେଶ 

ନିଜର ଠାଣି ପାଇଁ ସବୁବେଳେ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାୱାନ୍ତ।

0

(ମୁମ୍ବାଇ) : ନିଜର ଠାଣି ପାଇଁ ସବୁବେଳେ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାୱାନ୍ତ। ନିଜ ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବା ପରେ ବି ଶେଷ ହେଉନି ତାଙ୍କ ସମସ୍ୟା। ଏପରିକି ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ରାକ୍ଷୀ ଓ ରିତେଶଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ ନେଉନାହିଁ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣୁଛନ୍ତି। ଏବେ ପୁଣି ଥରେ ରାଖୀ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ।

ପୂର୍ବତନ ସ୍ୱାମୀ ରିତେଶ କୁଆଡେ ରାଖୀଙ୍କୁ ନକଲି ଗହଣା ଦେଇଥିଲେ। ଏନେଇ ସେ ଗଣମାଧ୍ୟମ ଆଗରେ ଖୁଲାସା କରିଛନ୍ତି। ରାଖୀଙ୍କ କହିବା କଥା ହେଲା ତ‌ାଙ୍କ ମା’ଙ୍କ ଚିକିତ୍ସା ପାଇଁ ତାଙ୍କୁ ଯେତେବେଳେ ଟଙ୍କାର ଆବଶ୍ୟକତା‌ ପଡ଼ିଲା, ସେ ଉକ୍ତ ଗହଣାକୁ ନେଇ ବିକିବାକୁ ଯାଇଥିଲେ। ମାତ୍ର ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା। ତାହା ସୁନା ଗହଣା ନଥିଲା। ରୂପା ଗହଣା ଉପରେ ସୁନା ଛାଉଣି ଦିଆ ‌ହୋଇଥିଲା। ମାତ୍ର ତାଙ୍କ ସ୍ୱାମୀ ତାଙ୍କୁ ଉପହାର ଦେବା ବେଳେ ସୁନା ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ , କେବଳ ସେତିକି ନୁହେଁ ରାଖୀଙ୍କ ସୋଶାଲ ମିଡିଆ ଆକାଉଣ୍ଟକୁ କୁଆଡେ ରିତେଶ ହ୍ୟାକ୍‌ କରିନେଇଛନ୍ତି। ଏନେଇ ସେ ଗତକାଲି ମୁମ୍ବାଇର ଓସିୱାରା ପୁଲିସ୍‌ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମମଲା ବି ରୁଜୁ କରିଥିଲେ। ତାଙ୍କ କହିବା କଥା ହେଉଛି, ତାଙ୍କ ପୂର୍ବ ସ୍ୱାମୀ ରିତେଶ ତାଙ୍କୁ ବର୍ବାଦ କରିବାକୁ ଚାହାନ୍ତି ଓ ସେହି କାରଣରୁ ସେ ଏପରି କରୁଛନ୍ତି।