ବିଜେପିକୁ ଘେରିଲେ ଅଖିଳେଶ

0

ବିଜେପିକୁ ଘେରିଛନ୍ତି ଅଖିଳେଶ । ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତ ମାଟିରେ ଚୀନର ଉପସ୍ଥିତି ରିପୋର୍ଟଠାରୁ ଆରମ୍ଭ କରି ଜାତିଜନଗଣନା ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ।

ଅଖିଳେଶ କହିଛନ୍ତି ଯେ, ଚୀନ୍ ପ୍ରସଙ୍ଗରେ କଂଗ୍ରେସ ଦଳ ଏବଂ ବିଜେପି ମତ ରହିଛି ।  ଚୀନ୍ ଆମର ଜମି ଏବଂ ଆମର ବଜାରକୁ କବ୍ଜା କରିସାରିଛି। କିନ୍ତୁ ବିଜେପି ଏହାକୁ ଗ୍ରହଣ କରିବାକୁ ମନା କରୁଛି।  ଗୋଟିଏ ସମୟରେ ଆମେ ଲକ୍ଷ ଲକ୍ଷ ଏକର ଜମି ହରାଇଥିଲୁ ଏବଂ ଏବେ ବିଜେପି ସମାନ ରାସ୍ତାରେ ଆଗକୁ ବଢ଼ୁଛି। ଜମି ହରାଇବା ସତ୍ତ୍ୱେ, ବିଜେପି କହୁନାହିଁ ଯେ, ଚୀନ୍ ଏହାକୁ କବଜା କରିଛି। ଅନ୍ୟପଟେ ଯଦି ଚୀନ୍ ଜମି କବଜା କରିନାହିଁ, ତେବେ ଏପରି ଖବର ପ୍ରସାରଣ କରୁଥିବା ଖବରକାଗଜ ଏବଂ ଚ୍ୟାନେଲଗୁଡ଼ିକ ବିରୁଦ୍ଧରେ ଏଫଆଇଆର ରୁଜୁ କରି, ସେମାନଙ୍କୁ ଜେଲ ପଠାଅ ବୋଲି କହିଛନ୍ତି ଅଖିଳେଶ।