ଖିଲାଡି ଅକ୍ଷୟ କୁମାରଙ୍କୁ ଝଟ୍‌କା : ଅନ୍‌ଲାଇନ୍‌ରେ ଲିକ୍‌ ହେଲା

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଝଟ୍‌କା। ଅନ୍‌ଲାଇନ୍‌ରେ ଲିକ୍‌ ହେଲା ତାଙ୍କ ନୂଆ ଫିଲ୍ମ। ବଡ଼ ପରଦାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବେଲ ବଟମ୍‌’ ଅନ୍‌ଲାଇନ୍‌ରେ ଫିଲ୍ମଟି ସ୍ପାଇ ଥ୍ରୀଲର ପାଏରେଟେଡ ସାଇଟ୍‌ରେ ଏଚ୍‌ଡି ଫର୍ମାଟରେ ଉପଲବ୍ଧ ହୋଇଛି।

0

(ମୁମ୍ବାଇ) : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଝଟ୍‌କା। ଅନ୍‌ଲାଇନ୍‌ରେ ଲିକ୍‌ ହେଲା ତାଙ୍କ ନୂଆ ଫିଲ୍ମ। ବଡ଼ ପରଦାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବେଲ ବଟମ୍‌’ ଅନ୍‌ଲାଇନ୍‌ରେ ଫିଲ୍ମଟି ସ୍ପାଇ ଥ୍ରୀଲର ପାଏରେଟେଡ ସାଇଟ୍‌ରେ ଏଚ୍‌ଡି ଫର୍ମାଟରେ ଉପଲବ୍ଧ ହୋଇଛି। କେବଳ ସେତିକି ନୁହେଁ ଏହାର ଫ୍ରି ଡାଉନଲୋଡ ସୁବିଧା ମଧ୍ୟ ରହିଛି।

ସୂଚନାନୁଯାୟୀ , ମହାମାରୀ କରୋନା ଯୋଗୁଁ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଫିଲ୍ମ ହଲ ସବୁ ବନ୍ଦ ରହିଥିଲା। ତେବେ ପୁଣି ଥରେ ଫିଲ୍ମ ହଲ ସବୁ ଖୋଲିଛି। ଏହାକୁ ଦୃଷ୍ଟିରେ ରଖି ମେକର୍ସମାନେ ଫିଲ୍ମଟିକୁ ଓଟିଟି ବଦଳରେ ବକ୍ସ ଅଫିସରେ ରିଲିଜ କରିଥିଲେ। ଏବେ କିନ୍ତୁ ଫିଲ୍ମର ଅନ୍‌ଲାଇନ୍‌ ଲିକ୍‌ ଖବର ସାମ୍ନାକୁ ଆସିବା ପରେ ମେକର୍ସମାନଙ୍କ ଚିନ୍ତା ବଢ଼ିଯାଇଛି।
ଫିଲ୍ମ ‘ବେଲ ବଟମ’ରେ ଅକ୍ଷୟ କୁମାର ଲିଡ୍‌ ରୋଲରେ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ବାଣି କପୁର ଏବଂ ହୁମା କୁରେସି ନଜର ଆସିବେ। ଏଥିରେ ଅକ୍ଷୟଙ୍କୁ ଜଣେ ଗୁପ୍ତ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ, ଯାହାଙ୍କ କୋଡ୍‌ ନେମ୍‌ ‘ବେଲ ବଟମ୍‌’ ରଖାଯାଇଛି।