ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମାନଙ୍କରେ ରୋମାନ୍ସ ସହ କମେଡ଼ିର ପଞ୍ଚ ଦେଖିବାକୁ ଫ୍ୟାନ୍ସ ମାନଙ୍କର ଉତ୍କଣ୍ଠା ବଢିଥାଏ | ଏଣୁ ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢିଥାଏ | କିନ୍ତୁ ଏବେ ସବୁକିଛି ଓଲଟା ଘଟୁଛି | ଲାଗୁଛି ଖିଲାଡି ଷ୍ଟାର୍ଙ୍କ ସମୟ ଭଲ ଚାଲିନାହିଁ। ଫ୍ଲପ୍ ହେଉଛି ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ। ଧୀରେ ଧୀରେ କମୁଛି ଫ୍ୟାନ୍ ଫଲୋଇଂ | ନିକଟରେ ରିଲିଜ ହୋଇଛି ଫିଲ୍ମ ‘ସେଲ୍ଫି’ | ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନି | ଏଣୁ ବିଦେଶରେ ହେବାକୁ ଥିବା ତାଙ୍କ ଶୋ’ର ଟିକେଟ୍ ବିକ୍ରି ହୋଇପାରୁ ନାହିଁ। ଏଥିଯୋଗୁ ବାତିଲ ହେଉଛି କନସର୍ଟ।
ସବୁଠୁ ବଡ଼କଥା ହେଉଛି ଗତବର୍ଷ ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ୱୀରାଜ’, ‘ରାମ ସେତୁ’ ଏବଂ ‘ରକ୍ଷା ବନ୍ଧନ’ ଭଳି ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ କୁମାର। କିନ୍ତୁ ବକ୍ସ ଅଫିସରେ ସେତେଟା କମାଲ କରିପାରି ନଥିଲାଏହି ଫିଲ୍ମ ଗୁଡିକ । ଏପରିକି ଚଳିତ ବର୍ଷ ଆରମ୍ଭରୁ ତାଙ୍କ ଅଭିନୀତ ଫିଲ୍ମ ସେଲ୍ଫିର ଶୋଚନୀୟ ଅବସ୍ଥା ହେଲାଣି | ଫ୍ଲପ ପରେ ଫ୍ଲପ ହୋଇଚାଲିଛି ଖିଲାଡି ବୟଙ୍କର ଫିଲ୍ମ ଗୁଡିକ | ବାରମ୍ବାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବାରୁ ଏବେ ଖିଲାଡି କୁମାରଙ୍କ କ୍ରେଜ ଦର୍ଶକଙ୍କ ଉପରୁ ଧୀରେ ଧୀରେ କମି କମି ଯାଉଥିବା ଚର୍ଚ୍ଚା ହେଉଛି। ସେପଟେ ଏହି ଫିଲ୍ମ ଫ୍ଲପ୍ର ପ୍ରଭାବ ତାଙ୍କ ଅପ୍କମିଂ ଫରେନ୍ କନ୍ସର୍ଟ ଉପରେ ପଡିଛି। ଅକ୍ଷୟଙ୍କ ଶୋ’ର ଟିକେଟ୍ ବିକ୍ରି ହେଉନାହିଁ। ଅକ୍ଷୟ କୁମାର ତାଙ୍କ ଟିମ୍ ସହ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କର କେତେଟା ଶୋ’ ଏହି କାରଣରୁ କ୍ୟାନ୍ସେଲ୍ କରିବାକୁ ପଡିଛି।