(ପ୍ରିୟଦର୍ଶନୀ ସ୍ୱାଇଁ): ସମାଜର ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରନ୍ତି ଖିଲାଡ଼ି ବୟ ଅକ୍ଷୟ କୁମାର । ସବୁବେଳେ ନିଜର ନିଆରା ଅନଦାଜରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରୁଥିବା ଏହି ଷ୍ଟାର ଚଳିତ ବର୍ଷ ଏକାଧିକ ଫିଲ୍ମରେ କରିଛନ୍ତି । ପ୍ରତିଟି ଫିଲ୍ମ ସୁପରହିଟ ସାବ୍ୟସ୍ତ ହେଉଥିବା ସମୟରେ ୨୦୧୯ରେ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଆଗକୁ ଅକ୍ଷୟଙ୍କ ୩ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ପ୍ରଥମଟି ଅଗଷ୍ଟ ୧୫ରେ ‘ମିଶନ ମଙ୍ଗଳ’ଓ ଦ୍ୱିତୀୟଟି ଅକ୍ଟୋବରରେ ‘ହାଉସଫୁଲ-୪’ ଏବଂ ତୃତୀୟଟି ଡ଼ିସେମ୍ବରରେ ‘ଗୁଡ଼ ନ୍ୟୁଜ ରିଲିଜ ହେବ । ଏହି ଫିଲ୍ମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡ଼ୋଭାଲଙ୍କ ଚରିତ୍ରରେ ନଜର ଆସିବେ ଅକ୍ଷୟ । ଅଜିତଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ।