ହଲିଉଡରେ ରିମେକରେ କାମ କରି ଅସଫଳ ହୋଇଥିଲେ ଅକ୍ଷୟ

0

( ସଂଜୁକ୍ତା): ବଲିଉଡରେ ଏମିତି କିଛି ହିନ୍ଦୀ ସିନେମା ନିର୍ମିତ ହୋଇଛି, ଯାହା ହଲିଉଡ୍‌ ଫିଲ୍ମର ରିମେକ୍‌ କାହାଣୀ ଦ୍ୱାରା ଚର୍ଚ୍ଚିତ। ଏଗୁଡିକ ଭିତରୁ କେତେକ ରିମେକ୍‌କୁ ଦର୍ଶକ ପସନ୍ଦ କରି ନାହାନ୍ତି । ଆସନ୍ତୁ ଜାଣିବା ସେହି ସିନେମାଭିତରୁ କେଉଁଥିରେ ଅକ୍ଷୟ କୁମାର ହିରୋ ବନିଥିଲେ..

ଆକ୍‌ସନ୍‌ ରିପ୍ଲେ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ବିପୁଲ ଶାହା ରବର୍ଟ ଜେମେକ୍‌ଙ୍କ କ୍ଲାସିକ୍‌ ହଲିଉଡ୍‌ ସିନେମା ‘ ବ୍ୟାକ୍‌ ଟୁ ଦ ଫ୍ୟୁଚର୍‌ ’ ର କାହାଣୀକୁ ନେଇ ହିନ୍ଦୀରେ ତିଆରି କରିଥିଲେ ‘ ଆକ୍ସନ ରିପ୍ଲେ’ । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ ଐଶ୍ୱର୍ୟ୍ୟା ରୟ ବଚ୍ଚନ । କିନ୍ତୁ ‘ ଆକ୍ସନ ରିପ୍ଲେ’ ଦର୍ଶକଙ୍କୁ ପ୍ରଭାବିତ କରିନଥିଲା ।୨୦୧୨ ରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର- କାଟ୍ରିନା କୈଫ୍‌ ଷ୍ଟାର୍‌ର ‘ ତିସମାର୍‌ ଖାନ୍‌’ ସୁପର ଫ୍ଲପ୍‌ ହୋଇଥିଲା । ଏହା ହେଲା ହଲିଉଡ୍‌ ‘ ଆଫ୍‌ଟର ଦ ଫକ୍ସ ’ ର ରିମେକ୍‌ । ତେବେ ଏହା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇନଥିଲା , କିନ୍ତୁ ଏଥିରେ ଥିବା କାଟ୍ରିନାଙ୍କ ଆଇଟମ୍‌ ନମ୍ବର ଶୀଲା କି ଜବାନି ଖୁବ୍‌ ହିଟ୍‌ ହୋଇଥିଲା ।