ଦ୍ଵିତୀୟ ଦିନରେ ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ଦ୍ଵିତୀୟ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ।

0

(ବ୍ରହ୍ମଗିରି) : ଦ୍ଵିତୀୟ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଥିବା ବେଳେ ସେପଟେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶିଳାରୁପୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ତେଣୁ ୧୪ ଦିନ ଧରି ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିବ ବ୍ରହ୍ମଗିରିର ଅଲାରନାଥ ପିଠ। ରତନ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ନପାଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ ।

ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୨୦ରେ ମଙ୍ଗଳଆଳତୀ ହୋଇଥିଲା। ତାପରେ ତଡ଼ପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି। ଆଜି ମଙ୍ଗଳଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠକୁ ଭକ୍ତମାନଙ୍କ ସୁଅ ଛୁଟୁଛି।

ଚଳିତ ବର୍ଷ ଶୃଙ୍ଖଳିତ ଦର୍ଶନ , ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବ୍ୟାରିକେଡ୍ ନିର୍ମାଣ ଓ ନୀତିକାନ୍ତି ସେବାପୂଜା ସୁରୁଖୁରୁରେ ଚାଲିଛି । ଦୀର୍ଘ ୨ ବର୍ଷ ହେବ ପ୍ରଭୁ ଅଲରାନାଥଙ୍କ ଅନବସର ଦର୍ଶନ କରି ପାରି ନ ଥିବା ଶ୍ରଦ୍ଧାଳୁ ଏଥର ପ୍ରଭୁଙ୍କ ଦର୍ଶନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।