(ପ୍ରିୟଦର୍ଶନୀ ସ୍ୱାଇଁ) : ନିଶା ଖାଇ ଲୋକେ ରାସ୍ତାରେ ଗଡ଼ିକା କଥା ହୂଏତ ଆପଣ ଜାଣଥିବେ । କିନ୍ତୁ ଆଜି ଆମେ ଏକ ଏପରି ନିଶାଡ଼ି ବିଷୟରେ କହିବୁ ଯାହା କଜାଦାର ଠାରୁ ଆଶ୍ଚର୍ଯ୍ୟଜନକ ଅଧିକ । ୨୪ ଘଣ୍ଟା କାଳ ନାଳରେ ପଡ଼ି ରହିବା ପରେ ଘରକୁ ଫେରିଛନ୍ତି । ନଈନାଳରେ ଭାସିଯାଇ ଲୋକଟି ମୃତ୍ୟୁବରଣ କରିଥିବା ଭଳି ସନ୍ଦେହରେ ପରିବାର ଲୋକେ ୨ ଦିନ ଚିନ୍ତାରେ ରହିବା ପରେ ଲୋକଟି ଘରକୁ ଫେରି ସମସ୍ତଙ୍କୁ ଚକିତ କରି ଦେଇଛି। ଯାଁଳା ଫାଣ୍ଡି ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଏହି ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଅନୁଯାୟୀ, ସ୍ଥାନୀୟ ଦେଉଳିଆପାଟଣା ଗାଁର ଜଣେ ସାଙ୍ଗକୁ ଧରି ଜଟଣୀ ଯାଇଥିଲା। କିନ୍ତୁ ସେଦିନ ରାତିରେ କଇଆ ଘରକୁ ଫେରିନଥିଲା। ଲଗାଣ ବର୍ଷା ପାଇଁ ପରିବାର ଲୋକେ ବଡ଼ ଚିନ୍ତିତ ଥିଲେ ବି ରାତି ପାହିବା ପର୍ୟ୍ୟନ୍ତ ବାଧ୍ୟ ହୋଇ ଅପେକ୍ଷା କରିଥିଲେ। ସକାଳ ହେବା ପରେ ପରିବାର ଲୋକେ ଦେଉଳିଆପାଟଣାରେ ପହଞ୍ଚି ଉକ୍ତ ସାଙ୍ଗକୁ ଦେଖି କଇଆ କୁଆଡ଼େ ଗଲା ବୋଲି ପଚାରିଥିଲେ। ଜଟଣୀରୁ ଫେରିବାବେଳେ କଇଆ ବାଟରେ ନିତ୍ୟକର୍ମ କରି ନାଳରୁ ବାହାରିବାରେ ବିଳମ୍ବ କଲା। ତେଣୁ ସେ ରାଗରେ ଏକୁଟିଆ ଘରକୁ ପଳାଇ ଆସିଥିଲା ବୋଲି ଯୁବକ ଜଣଙ୍କ କହିଥିଲା। ଏହି କଥାରେ କଇଆର ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଯାଁଳା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଯୁବକକୁ ଫାଣ୍ଡିକୁ ଆଣି ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା। ୨ ତାରିଖ ଦିନଟା ବିତିଯିବା ପରେ କଇଆର ସମ୍ପର୍କୀୟମାନେ ଧରି ନେଇଥିଲେ କିଛି ଗୋଟ ବଡ଼ ଅଘଟଣ ଘଟିଛି। କିନ୍ତୁ ସନ୍ଧ୍ୟା ପ୍ରାୟ ୭ଟାବେଳେ କଇଆ ଓଦା ସରସର ହୋଇ ଘରେ ପହଞ୍ଚିଥିଲା। ପରେ ଜଣାଗଲା ଯେ ୧ ତାରିଖ ରାତିରୁ ସେ ନାଳରେ ପଡ଼ି ରହିଥିଲା।