ବଡ଼ଚଣା/ ବେଦପ୍ରକାଶ ନାୟକ : ରାଜ୍ୟରେ ଦିନକୁ ଦିନ ବହୁ ଦୁର୍ଘଟଣା ଘଟି ଧାନ ଜୀବନ ନଷ୍ଟ ହେଉଛି l ବିଶେଷ କରି ୧୮ ବର୍ଷରୁ କମ ସ୍କୁଲ କଲେଜ୍ ପିଲା ମାନେ ବିନା ଲାଇସେନ୍ସରେ ରାଜରାସ୍ତାରେ ଦୃତ ଗତିରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଉଛନ୍ତି l ଯାହା ଫଳରେ ପ୍ରତିଦିନ ବହୁ ଧନ ଜୀବନ ନଷ୍ଟ ହେଉଛି l ଛତିଆ ଠାରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାସ୍ତାରେ ଗାଡି ଚଳାଇ ଯାଉଥିବା ଛୋଟ ଛୋଟ ପିଲା ମାନଙ୍କୁ ଅଟକାଇ ସେମାନଙ୍କୁ ତାଗିତ କରିଥିଲେ। ବିଶେଷ କରି ୧୮ ବର୍ଷରୁ କମ ପିଲାମାନେ ଯେଉଁମାନେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ସେହିଭଳି ବହୁ ପିଲାଙ୍କୁ ଅଟକ ରଖି ଗାଡ଼ି ମାଲିକ ନାମରେ କେଶ୍ ରୁଜୁ କରିବା ସହ ଗାଡ଼ିର ମାଲିକଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକଥା ବୁଝାଇବା ସହ ଯେଉଁ ପିଲାମାନଙ୍କୁ ଏଭଳି ଗାଡି ଚଳାଇବା ଧରାଯିବ ସହ ସେମାନଙ୍କୁ ୨୫ ବର୍ଷ ଯାଏ ଲାଇସେନ୍ସ ଦିଆ ଯିବନାହିଁ ବୋଲି ଶ୍ରୀ ସେଠୀ କହିଥିଲେ l ଏହି ଚଢ଼ାଉରେ ଶ୍ରୀ ସେଠୀଙ୍କ ସହ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର , ଏମ. ଭି.ଆଇ ପଦ୍ମଜା ମହାନ୍ତି , ଆର ଟି. ଆଇ ଯୁଗଳ କିଶୋର ତିରୀଆ ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବହୁ କର୍ମଚାରୀ ଏହି ସଚେତନତା କାଯ୍ୟକ୍ରମ ରେ ସାମିଲ ହୋଇଥିଲେ l