ସଫଳତାର ଶୀର୍ଷରେ ଆଲିଆ

0

(ମମତା ସାମଲ): ସଫଳତା ଶୀର୍ଷରେ ଆଲିଆ ଭଟ୍ଟ । ଆଲିୟା ଏକ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ସେଠାରେ ତାଙ୍କୁ ପଚରାଗଲା, ପିତା ମହେଶ କେଉଁ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି? ଆଲିୟା କହିଥିଲେ, ସେ ତ’ ଏକଥା ଜାଣନ୍ତି ନାହିଁ।

ତାରିକ୍ ଖାନ୍ ନିର୍ଦେଶିତ ‘ଦ ଡାର୍କ ସାଇଡ୍ ଅଫ୍ ଲାଇଭ୍ ମୁମ୍ବଇ ସିଟି’ ଚଳଚ୍ଚିତ୍ରରେ ମହେଶ ଭଟ୍ଟ ଓ କେକେ ମେନନ୍ ଅଭିନୟ କରୁଛନ୍ତି। ସିନେଜଗତରେ ୨୦୧୨ରେ କ୍ୟାରିୟର ଆରମ୍ଭ କରିବା ସମୟରେ ଆଲିୟା ଏତେଟା ସଚେତନ ରହୁନଥିଲେ। ଆଜିକାଲି କିନ୍ତୁ ପ୍ରତ୍ୟେକ ପ୍ରଶ୍ନୋତ୍ତରକୁ ଖୁବ୍ ବୁଦ୍ଧିମତ୍ତାର ସହ ପ୍ରକାଶ କରୁଛନ୍ତି ଆଲିୟା। ବୁଲଗେରିଆରୁ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ କରି ଫେରିଥିବା ଆଲିୟା ଏବେ କିଛିଦିନ ବିଶ୍ରାମ ନେବେ। ପରେ ଏହାର ପାଷ୍ଟ ପ୍ରଡକ୍ସନ୍ କାମରେ ଯୋଗ ଦେବେ। ଅନ୍ୟ ପାଖେ ‘ସଡକ-୨’ର ସୁଟିଂ କାମ ମଧ୍ୟ ଚଳିତ ଡିସେମ୍ବର ପୂର୍ବରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଥିରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିୟା ଓ ଆଦିତ୍ୟ ରୟ କପୁର ଦେଖାଦେବେ। ଚଳଚ୍ଚିତ୍ରଟି ୨୦୨୦ ସୁଦ୍ଧା ମୁକ୍ତିଲାଭ ହେବ ବୋଲି ପ୍ରକାଶ।