(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।
ଅରୁଣ ଜେଟଲୀଙ୍କ ବିୟୋଗରେ ଆଜି ବହୁ ବିଶିଷ୍ଟ ବ୍ୟକ୍ତି ତଥା ନେତା ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଜନାଥ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅରୁଣ ଜେଟଲୀଙ୍କ ପରଲୋକ ଏକ ବ୍ୟକ୍ତିଗତ କ୍ଷତି ବୋଲି ଅମିତ ଶାହା ଶୋକ ପ୍ରକାଶ କରି କହିବା ବେଳେ ଏହା ଗଭୀର ଆଘାତ ଦେଇଛି ବୋଲି ରାଜନାଥ ସିଂହ କହିଛନ୍ତି ।
ଏହା ସହ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଜେଟଲୀ ଜଣେ ବିଦ୍ୱାନ ଥିଲେ ବୋଲି କହିଛନ୍ତି। ସେହିପରି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି।ଏହା ସହ ଅନେକ ସ୍ମୃତି ଇରାନୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଅରୁଣ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।