ବ୍ଲାକମେଲର କୁଇନ ଅର୍ଚନା ନାଗ ମାମଲା : ମିଳିଲା ଡିଲିଟ ହୋଇଥିବା ଡାଟା

ହାର୍ଡଡିସ୍କର ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ

0

ଭୁବନେଶ୍ୱର : ବ୍ଲାକମେଲର କୁଇନ ଅର୍ଚନା ନାଗ ମାମଲା | ଆସିଯାଇଛି ଫରେନସିକ ରିପୋର୍ଟ । ଆଉ ମିଳିଯାଇଛି ଡିଲିଟ ହୋଥିବା ସବୁ ଫୋଟୋ ଆଉ ଚାଟ | କମିଶନରେଟ ପୁଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲେକଟ୍ରୋନିକ୍ସ ଗ୍ୟାଜେଟର ଫରେନସିକ ରିପୋର୍ଟ ଆସିଛି । ଏସଏଫ ଏସଏଲକୁ ଅର୍ଚ୍ଚନାଙ୍କ ମୋବାଇଲ, ଲ୍ୟାପଟପ ଓ ପେନଡ୍ରାଇଭଙ୍କୁ ପଠାଯାଇଥିଲେ ବି ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଉ ଏବେ ପେନ ଡ୍ରାଇଭ, ମୋବାଇଲ, ଲ୍ୟାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି । ଏହି ରିପୋର୍ଟକୁ କୋର୍ଟ, ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛି ଏସଏଫଏସଏଲ । ହାର୍ଡଡିସ୍କର ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ ।

ବିଶେଷକରି ମୋବାଇଲରୁ ଡିଲିଟ ହୋଇଥିବା ଚାଟ୍, ଲ୍ୟାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ହସ୍ତାନ୍ତର କରାଯାଇଛି । ଏହି ତଥ୍ୟ ବଳରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ବା ସେକ୍ସୋଟସର୍ନର ଗୁମର ଖୋଲି ପାରିବ। କାରଣ ଏହି ଡିଜିଟାଲ ତଥ୍ୟରେ ଅର୍ଚ୍ଚନାଙ୍କ ସହିତ ଯେଉଁ ବଡ଼ ବଡ଼ିଆଙ୍କ ଫଟୋ ଓ ଭିଡିଓ ଅଛି, ସେ ସବୁ ପୁଲିସର ହସ୍ତଗତ ହୋଇଛି। ସେହିପରି ଡିଲିଟ ହୋଇ ଯାଇଥିବା ଫଟୋ ଓ ଭିଡ଼ିଓ ମଧ୍ୟ ପୁଣି ଥରେ ରିଟ୍ରାଇଭ୍ ହୋଇଛି। ତେଣୁ ଖଣ୍ଡଗିରି ଥାନା ପୁଲିସ ଏହି ତଥ୍ୟକୁ ଆଧାର କରି ବ୍ଲାକମେଲିଂ ମାମଲାର ତଦନ୍ତକୁ ଆଗେଇ ନେବ।

 ସେପଟେ ଅର୍ଚ୍ଚନା ନାଗକୁ ନିଜ ହେପାଜତକୁ ନେଇ ଇଡି ପଚରାଉଚରା କରିଛି । ଆର୍ଥିକ କାରବାର ମାମଲା ତଦନ୍ତ ଇଡି କରୁଛି । ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଇଡି ହେପାଜତରେ ଅଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ବି ଇଡି ଗିରଫ କରିସାରିଛି । ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, କିଛି ବ୍ୟବସାୟୀ ଓ ବିଲଡର ଇଡିରେ ହାଜର ହୋଇସାରିଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ମୁହାଁମୁହିଁ ଜୋରା ହୋଇଛି । ଏହି ଜେରାର ଅର୍ଚନା କଥା ଲୁଚାଉଥିବା ବେଳେ ସତ ଓଗାଳୁଛି ଶ୍ରଦ୍ଧାଞ୍ଜଳି | ତେବେ ସବୁଠୁ ବଡ କଥା ହେଉଛି ପେନ ଡ୍ରାଇଭ, ମୋବାଇଲ, ଲ୍ୟାପଟପରେ ଥିବା ଡାଟା ପାଇବା ପରେ ତଦନ୍ତ କେଉଁ ମୋଡ ନେଉଛି | ଏବଂ ସେହି ବଡ଼ବଡ଼ିଆଙ୍କ ଉପରେ ଇଡି କି ଆକ୍ସନ ନେଉଛି |