କଟକ: ସକାଳୁଆ ହେବ ରାଜ୍ୟର ସମସ୍ତ ନିମ୍ନ ଅଦାଲତ । ସକାଳ ୭ରୁ କୋର୍ଟ କାର୍ୟ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ୟ୍ୟନ୍ତ ଚାଲିବ ନିମ୍ନ ଅଦାଲତ। ଏପ୍ରିଲ ୫ ତାରିଖରୁ ଏହି ନିର୍ଦ୍ଦେଶ ପାଳନ ହେବ । ଏ ନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳ ୭ଟା ୩୦ରେ କୋର୍ଟ କାର୍ୟ୍ୟ ଆରମ୍ଭ ହେବ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ୟ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ୟ୍ୟନ୍ତ ଏପରି ଏହି ଧାରାରେ ରାଜ୍ୟର ସମସ୍ତ ନିମ୍ନ କୋର୍ଟ । ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଛି।