ବ୍ୟୁରୋ : ବସରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ । ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର ୪ ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ମଧ୍ୟାହ୍ନ ୧୨:୩୦ ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ । ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ ।