ଓଡିଶା ରଗବୀ ଫୁଟବଲ ବିଜେତାଙ୍କୁ ଟ୍ରଫି

0

ଓଡିଶା ରଗବୀ ଫୁଟବଲ ଆସୋସିଏସନ (ଓଆରଏଫଏ) ଦ୍ୱାରା ଆୟୋଜିତ ହୋଇଯାଇଛି ଓଡିଶା ଇଣ୍ଟର ଜିଲ୍ଲା ଜୁନିୟର ବାଳକ ରଗବୀ 7 ର ଚାମ୍ପିଅନସିପ୍ – 2024 | KIIT ରଗବୀ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏହି ଚାମ୍ପିଅନସିପ୍ | ଏହି ଚାମ୍ପିୟନଶିପରେ କିସ୍ ଚାମ୍ପିଅନ୍ ଟ୍ରଫି ପାଇଥିବା ବେଳେ ଜଗତ୍ସିଂହପୁର ଜିଲ୍ଲା ପ୍ରଥମ ରନର୍ସ ଅପ୍ ଟ୍ରଫି ଏବଂ ମୟୂରଭଞ୍ଜ ଜିଲ୍ଲା ଦ୍ୱିତୀୟ ରନର୍ସ ଅପ୍ ଟ୍ରଫି ପାଇଛି |

ବିଜେତା ଦଳକୁ ନିର୍ଦ୍ଦେଶକ ଶ୍ରୀ ଦୀପ ବରୁଆ, ଯୁଗ୍ମ ନିର୍ଦ୍ଦେଶକ କ୍ରୀଡ଼ା, ଶ୍ରୀ ଉପେନ୍ଦ୍ର କୁମାର ମହାନ୍ତି, ଜେନେରାଲ ସେକ୍ରେଟାରୀ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ଏବଂ କ୍ରୀଡ଼ା ସଚିବ ଜଜପୁର ଶ୍ରୀ ଭାରତ କୁମାର ସାହୁ ଟ୍ରଫି ପ୍ରଦାନ କରିଛନ୍ତି |

KIIT & KISS ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତା ସାମନ୍ତ, ଚାମ୍ପିୟନ ଟ୍ରଫି ଜିତିବା ପାଇଁ କିସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଅଂଶଗ୍ରହଣକାରୀ ଜିଲ୍ଲାମାନଙ୍କୁ ମଧ୍ୟ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ |