ଭୁବନେଶ୍ୱର:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିବେଶନ । ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ସୁଚାରୁ ରୁପେ ତୁଲାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ କରିବ ବ୍ଲୁ ପ୍ରିଣ୍ଟ୍ । ବୈଠକରେ ବିରୋଧୀ ଦଳ ନେତା ଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା,ସରକାରୀ ଦଳ ମୁଖ୍ୟ ସଚେତକ, ବିଜେଡି ର ବରିଷ୍ଠ ବିଧାୟକ ଯୋଗଦେବେ । ଦୁଇଟି ପର୍ୟାୟ ରେ ୨୭ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନ ରେ ବିରୋଧୀ ଓ ଶାସକ ଦଳ ର ସଦସ୍ୟ ମାନେ ଗୃହ କାର୍ୟ୍ୟରେ କିଭଳି ସହଯୋଗ କରିବେ ସେନେଇ ବାଚସ୍ପତି ଙ୍କ ସହ ହେବ ଆଲୋଚନା । ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ ସପ୍ତାହରେ କେତୋଟି ଲେଖାଏଁ ମୂଳତବି ପ୍ରସ୍ତାବ ଭାଗ ପଡିବ ବୈଠକ ରେ ସ୍ଥିର କରାଯିବ ।