“ଆଦିତ୍ୟ ଏଲ ୱାନ’ ପାଇଁ ସରିଛି ସମସ୍ତ ପ୍ରସ୍ତୁତି

0

ଭାରତ: ଆସନ୍ତା ସେପ୍ଟେମ୍ବର ମାସରେ ଇସ୍ରୋର ସୂର୍ଯ୍ୟ ମିଶନ । ଇସ୍ରୋ ର ଚନ୍ଦ୍ରଯାନ-୩ ମିଶନ ସଫଳ ହୋଇଥିବାବେଳେ ଏବେ “ଆଦିତ୍ୟ ଏଲ ୱାନ’ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସୂର୍ୟ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି  ଅଭିଯାନ । ଏନେଇ ମିଶନ ସୂର୍ଯ୍ୟ ସମ୍ପର୍କରେ ଇସ୍ରୋ ଅଧ୍ୟକ୍ଷ ସୋମନାଥ ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ଲଞ୍ଚ ହେବ । ଏବେ ଗଗନଯାନ କାମ ଚାଲିଛି । ଆର ମାସରେ ବିସ୍ତୃତି ପରୀକ୍ଷା ହେବ । ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶଯାନ ପ୍ରେରଣ ଯୋଜନା କରିଛି ଭାରତ । ସେପ୍ଟେମ୍ବରରେ ନହେଲେ ଅକ୍ଟୋବରରେ ହେବ ଲଞ୍ଚ । ତେବେ ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ  ଗବେଷଣା କରିବେ । ସୂର୍ୟ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ୍ ।