ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି

0

ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରିବା ପାଇଁ ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଜୁଲାଇ ୧୩ରେ ମହାକାଶକୁ ପଠାଇବ ଚନ୍ଦ୍ରଯାନ -୩ । ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦ୍ରଯାନ -୩କୁ ମହାକାଶକୁ ଉତକ୍ଷେପଣ କରିବ । ଯଦି ଚନ୍ଦ୍ରଯାନ-୩ର ସଫଳ ପରିକ୍ଷଣ ହୁଏ ତେବେ ବିଶ୍ୱରେ ଏହି କ୍ଷେତ୍ରରେ ଭାରତ ଚତୁର୍ଥ ସ୍ତାନରେ ରହିବ । ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ମହାକାଶକୁ ଚନ୍ଦ୍ରଯାନ ପଠାଇ ସାରିଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରଯାନ-୨ ଅଭିଯାନ ୨୦୧୯ଜୁଲାଇ ୨୨ତାରିଖରେ ଆରମ୍ଭ ହୋଇଥିଲା । ଏହାର ୨ମାସ ପରେ ୨୦୧୯ ସେପ୍ଟେମ୍ବର ୭ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଇ ଦୁର୍ଘଟଣା ହୋଇଥିଲା । ସେବେଠାରୁ ଭାରତ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି ।