ଆସନ୍ତା କାଲିଠୁ ସମସ୍ତ ଶିକ୍ଷା ସଂସ୍ଥା ବନ୍ଦ ଘୋଷଣା

ଦେଶରେ ଗୋଟିଏ ପଟେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଉତ୍ତର ପ୍ରଦେଶରେ ବଢୁଥିବା କରୋନା ସଂକ୍ରମଣ କାରଣରୁ

0

(ଉତ୍ତରପ୍ରଦେଶ) : ଦେଶରେ ଗୋଟିଏ ପଟେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଉତ୍ତର ପ୍ରଦେଶରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ସଂସ୍ଥାନ ବନ୍ଦ ରହିବ। ​‌ଏ ସମ୍ପର୍କରେ ନିର୍ଦେଶ ଜାରି କରିଛନ୍ତି ମୁଖ୍ୟ ସଚିବ।

 

ସୂଚନାନୁଯାୟୀ ,  ସେ କହିଛନ୍ତି, ୨୩ ଜାନୁଆରୀରୁ ସମସ୍ତ ଶିକ୍ଷା ସଂସ୍ଥା ବନ୍ଦ ରହିବ। ୩୦ ଜାନୁଆରୀ ପର୍ଯ୍ୟନ୍ତ ଏହି ନିର୍ଦେଶ ଲାଗୁ କରାଯିବ। ଯେଉଁ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ ଆୟୋଜନ କରାଯିବ। ଉଲ୍ଲେଖନୀୟ ଯେ, ବର୍ତ୍ତମାନ କରୋନାର ଓମିକ୍ରନ୍ ଭାରିଆଣ୍ଟର ବିପଦ ଜାରି ରହିଛି। ଏଭଳି ସ୍ଥିତିରେ ବଢୁଥିବା ମାମଲା ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯୋଗୀ ସରକାର ରାଜ୍ୟରେ କରୋନା କଟକଣା ଲଗାଇଛନ୍ତି। ଯାହାଫଳରେ ସଂକ୍ରମଣକୁ ରୋକି ହେବ।