ଭୁବନେଶ୍ୱର: ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ ୭ଟି ଜିଲାର ସ୍କୁଲ ଖୋଲିବା ନିଷ୍ପତି ଜିଲ୍ଲାପାଳଙ୍କୁ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ଜୁନ ୧୯ରେ ଖୋଲିବାକୁ ଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ ଦୁଇଦିନ ଛୁଟି ଘୋଷଣା କରାଯାଇ ଆସନ୍ତା ୨୧ତାରିଖରେ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଏବେ ପଶ୍ଚିମ ଓଡିଶାରେ ଜାରି ରହିଛି ତାତି ।ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେବ ନା ଛୁଟି ହେବ ସେ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ବିଭାଗ ବିଜ୍ଞପ୍ତି ଜାରି କରିଛି । ଏହି ୭ଟି ଜିଲ୍ଲା ହେଉଛି ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଅନୁଗୁଳ, ସୋନପୁର ଓ ବଲାଙ୍ଗୀର । ରାଜ୍ୟରେ ଏପ୍ରିଲ ୨୧ତାରିଖରୁ ସମସ୍ତ ସ୍କୁଲ ଖରାଛୁଟି ହୋଇଥିବା ବେଳେ ଆସନ୍ତା କାଲି ତାହା ଖୋଲିବ ।