ଧାରା ୩୭୦ ଉଚ୍ଛେଦ ପରେ ହିଂସା ଆଶଙ୍କା, ଦେଶରେ ହାଇ ଆଲର୍ଟ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦କୁ ଜାମ୍ମୁକାଶ୍ମୀରରୁ ହଟାଇବା ପରେ ଗୃହ ବିଭାଗ ପକ୍ଷରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । କାରଣ ଧାରା ଉଚ୍ଛେଦ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ମୁଖ୍ୟତଃ ମୁସଲମାନ ଥିବା ସ୍ଥାନରେ ହିଂସାକାଣ୍ଡ ଘଙ୍କିବାର ସମ୍ଭାବନା ରହିଛି ।
ଆଜି କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ ଆଲର୍ଟ ରହିବାକୁ କୁହାଯାଇଛି। ସମସ୍ତ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ୍‌ ଫୋର୍ସ ମୁତୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୋଶାଲ ମିଡିଆ ଏବଂ ଗୁଜବ ପ୍ରଚାର କରୁଥିବା ମାଧ୍ୟମ ଉପରେ ମଧ୍ୟ ନଜର ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟସରକାରକୁ ନିର୍ଦ୍ଦେଶ ଦିଆଯାଇଛି ।