ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ସମସ୍ତ ଗେଟ

0

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ବନ୍ଦ ହେଲା ସମସ୍ତ ଗେଟ । ମୋଟ ୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଅପରାହ୍ନ ସାଢେ ଗୋଟାଏ ସୁଦ୍ଧା ଏହି ଦୁଇଟି ଗେଟ କୁ ମଧ୍ୟ ବନ୍ଦ କରାଯାଇଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୬ ହଜାର ୪୮୦ ଘନଫୁଟ୍ ଜଳ ପ୍ରବେଶ କରୁଥିଲା । ସେହିପରି ପ୍ରତି ସେକେଣ୍ଡରେ ୩୬ହଜାର ୪୮୦ ଘନଫୁଟରୁ ଅଧିକ ଜଳ ମହାନଦୀକୁ ଉଡାଯାଉଥିଲା । ତେବେ ବର୍ତ୍ତମାନ ୨ଟି ଯାକ ଗେଟ ବନ୍ଦ କରିଦିଆଯାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତ୍ତନ ୬୧୫.୧୫ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳଭଣ୍ଡାରର ଜଳ ପତ୍ତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।