ଚିଲିକା : ଉଦ୍ଧାର ହେଲେ ଚିଲିକାରେ ଫସିଥିବା ସମସ୍ତ ଯାତ୍ରୀ । ସାତପଡ଼ା ଚିଲିକାରେ ଆଜି ଦିନ ପ୍ରାୟ ୧ଟା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ଯାଇଥିଲା ଡଙ୍ଗା। ତେବେ ଅଳ୍ପକେ ବର୍ତ୍ତିଗଲେ ୬୦ ଯାତ୍ରୀ । ଡଙ୍ଗାରେ ୬୦ ଯାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଥିଲା। ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ କିଛି ବାଟ ଯିବା ପରେ ମେସିନ ଖରାପ ହେଇଯାଇଥିଲା । ଫଳରେ ଯାତ୍ରୀମାନେ ଚିଲିକା ମଝିରେ ପ୍ରାୟ ୧ଘଣ୍ଟା ଅଟକି ରହିଥିଲେ । ଯାତ୍ରୀ ମାନଙ୍କ ଚିତ୍କାର ଶୁଣି ଚିଲିକାରେ ମାଛ ଧରୁଥିବା ମତ୍ସଜୀବୀ ଘଟଣା ସ୍ଥଳରେ ପହଞ୍ଚି ନିଜ ଡଙ୍ଗାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ସାତପଡ଼ା ଚିଲିକାରେ ଏଭଳି ଘଟଣା ଘଟୁଛି। ମାତ୍ରାଧିକ ଯାତ୍ରୀ ଓ ବାଇକ୍ ଚିଲିକା ପାର ହେଉଥିଲେ ମଧ୍ୟ ଘାଟ ପାଖରେ ପ୍ରଶାସନ କୌଣସି ସୁରକ୍ଷିତ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି।