ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ । କାର୍ଯ୍ୟରତ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ଜଣାପଡିଛି । ସ୍ୱାମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ରାତିରେ ଜଣେ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରହିଛି । ହସ୍ପିଟାଲ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ । ଏହା ସହ ସୁରକ୍ଷା କର୍ମୀଙ୍କୁ ପଚରାଉଚରା କରୁଛି ପୋଲିସ।