ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ୬ବର୍ଷ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

0

ବ୍ୟୁରୋ: ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ୬ବର୍ଷ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ। ଏପରି ଅଭିଯୋଗ ବରୀ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିରୁଦ୍ଧରେ ଦେଖିବାକୁ ମିଳୁଛି । ଏହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅଲିପୁର ପଞ୍ଚାୟତର ବିରଞ୍ଚି ଗେଡ଼ିଙ୍କ ୬ ବର୍ଷର ଝିଅ ଅର୍ପିତା ଗେଡ଼ିଙ୍କୁ ଜ୍ବର ହୋଇଥିଲାବେଳେ ରବିବାର ସକାଳେ ସେ ତାଙ୍କ ଝିଅକୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଆୟୁଷ ଡାକ୍ତର ଶଶିକାନ୍ତ ସାହୁ ପିଲାଟିର ଚିକିତ୍ସା କରିଥିଲେ। ଡାକ୍ତରଙ୍କ ନିଦାନ ଅନୁସାରେ ଉପସ୍ଥିତ ନର୍ସ ଶିଶୁଟିକୁ ଇଞ୍ଜେସନ ଦେଇଥିଲେ। ହେଲେ ଏହାର କିଛି ସମୟ ଭିତରେ ଝାଡ଼ାବାନ୍ତି ହୋଇ ପିଲାଟି ଚେତାଶୂନ୍ୟ ହୋଇଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ କୁନିଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ କୁନିଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣା ପରେ ଚିକିତ୍ସା କରିଥିବା ଡାକ୍ତର ଡାକ୍ତରଖାନାରୁ ପଳାଇଯାଇଥିଲେ।
ସେପଟେ ପରିସ୍ଥିତି ବିଗିଡ଼ିବା ସହ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ର କାଗଜପତ୍ର ପୋଡ଼ି ଦେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ର ବହିର୍ବିଭାଗକୁ ଘେରିବା ସହିତ ରୋଗୀ ଚିକିତ୍ସାକୁ ବନ୍ଦ କରିଦେଇଥିଲେ। ଏବଂ ଅନ୍ତର୍ବିଭାଗର ମୁଖ୍ୟ ଫାଟକୁ ବନ୍ଦକରି ମହିଳାମାନେ ବସିରହିଥିଲେ। ଖବରପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୁଲିସ ଉପସ୍ଥିତିରେ ବହିର୍ବିଭାଗରେ ଡାକ୍ତର ରୋଗୀ ଦେଖିଥିଲେ। କିଛି ଘଣ୍ଟାର ବ୍ୟବଧାନରେ ସେଠାରେ ପହଞ୍ଚିଥିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ। ମାତ୍ର ଗତକାଲିଠାରୁ ଅନୁପସ୍ଥିତ ଥିବା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦେଖା ନଥିଲା। ଅନ୍ୟପଟେ ଲୋକମାନଙ୍କୁ ବହୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।