ଓଲିଉଡରେ ପୁଣି କାଷ୍ଟିଂ କାଉଚ ! ଫିଲ୍ମରେ ଚାନ୍ସ ଦେବାକୁ କହି, ରୋମାନ୍ସ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

0

ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଲା କାଷ୍ଟିଂ କାଉଚ୍ ଅଭିଯୋଗ | ଓଲିଉଡ ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ | ମୁଭିରେ ଚାନ୍ସ ଦେବାକୁ କହି ଯୁବତୀଙ୍କ ସହ ରୋମାନ୍ସ କରିବାକୁ ଡାଇରେକ୍ଟର ଚାହୁଁଛନ୍ତି ବୋଲି କହିଛନ୍ତି ଯୁବତୀ । ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ୩ ବର୍ଷ ତଳେ ଗୋଟେ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ନିକଟକୁ ଅଡିସନ ପାଇଁ ଯାଇଥିଲି ।

ଅଡିସନରେ ସିଲେକ୍ସନ ହୋଇଛି ଏବଂ ସ୍କ୍ରିପ୍ଟ ପ୍ରାକ୍ଟିସ କରିବାକୁ କହିଥିଲେ ।ନିର୍ଦ୍ଦେଶକଙ୍କ ସହ ଅଭିନେତ୍ରୀ ଗୋଟେ ରାତି ବିତାଇଲେ ଫିଲ୍ମରେ ସୁଯୋଗ ମିଳିବ କହି ନିର୍ଦ୍ଦେଶକ ଜଣଙ୍କ କମ୍ପ୍ରମାଇଜ କରିବାକୁ କହିଥିଲେ । ତାପରେ ହିଁ ପ୍ରୋଜେକ୍ଟ ମିଳିବ ବୋଲି କୁହାଯାଇଥିଲା | ଯାହାପରେ ଅଫରକୁ ମନା କରିଦେଇଥିଲେ ଅଭିନେତ୍ରୀ | ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ଗତ କିଛି ଦିନ ତଳେ ଫେସବୁକରେ ଫଲୋ କରିବା ଭିତରେ ତାଙ୍କ ସହ କଥା ହୋଇଥିଲି । ଏହି କଥାବାର୍ତ୍ତା ବେଳେ ସେ ବହୁତ ଖରାପ ଭାଷାରେ ମୋ ସହ କଥାହେଲେ । ୩ ବର୍ଷ ତଳୁ ମୁଁ କମ୍ପ୍ରମାଇଜ ପାଇଁ ମନା କରିଥିବାରୁ ଏବେ ସେ ମୋତେ ଏପରି ଅଶ୍ଳୀଳ ଭାଷାରେ ଗାଳିଦେଲେ ।