ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ

0

ଭୁବନେଶ୍ୱର : ସାମ୍ନାକୁ ଆସିଲା ଶିଶୁ ଅଦଳବଦଳର ଖବର । ଆଉ ଏପରି ଘଟଣା ଘଟିଛି ରାଜଧାନୀରେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ଏନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଛୁଆ ଅଦଳ ବଦଳର ଅଭିଯୋଗ ପରେ ଛୁଆର ଡିଏନଏ ଟେଷ୍ଟ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଏବଂ ଛୁଆର ଡିଏନଏ ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଛୁଆକୁ ହସ୍ପିଟାଲରୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି।
ଗତକାଲି ରାତି ୧୦ଟାରେ ତାଙ୍କର ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ। ହେଲେ ପରେ ଛୁଆକୁ ନର୍ସ ଦେଲା ପରେ ଛୁଆର ଫଟୋ ଉଠାଇଲା ବେଳେ ଶିଶୁ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା। ପରେ ନର୍ସଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି ନକହି ପଳାଇଥିଲେ। ଆଉ କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି। ଅନ୍ୟ ଜଣଙ୍କର ପୁଅ ହୋଇଛି। ନର୍ସରେ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ। ତେବେ ଏହି ତମାମ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ।