ନୟାଗଡ ମେଡିକାଲରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ;

0

ନୟାଗଡ;ମେଡିକାଲରୁ ପୁଣି ନବଜାତ ଚୋରି ।ନୟାଗଡ ମେଡିକାଲରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ ।ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଚୋରି ଅଭିଯୋଗ ।ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ।ଜନ୍ମ ପରେ ନବଜାତର ଫଟୋ ରଖିଥିଲେ ପରିବାର, ଥାନାରେ ଏତଲା । ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ ଉଉଞଠ ଯାଞ୍ଚ କରି କରିବା ସହ ତଦନ୍ତ ଜାରି ରଖିଛନ୍ତି। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଚିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଆଜି ନବଜାତ ଶିଶୁ ଜନ୍ମ ହୋଇଥିଲା। ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ହୋଇଥିବା ନେଇ ମେଡିକାଲରେ ତନାଘନା ଚାଲିଛି ।