ବଲାଙ୍ଗିର: ନାବାଳିକାଙ୍କ ତଣ୍ଟି କାଟି ହତ୍ୟା ଅଭିଯୋଗ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ । ନାବାଳିକା ଜଣଙ୍କ ଯୁକ୍ତ ଦୁଇରେ ପଢୁଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳେ ନାବାଳିକାଙ୍କ ବାପା ମା କାମକୁ ଯାଇଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ । କାମ ନିକଟକୁ ୧୨ ଟା ସମୟରେ ରୋଷେଇ କରି ଖାଇବାକୁ ନେଇ ପହଞ୍ଚିବାକୁ ଝିଅକୁ କହିଥିଲେ ବାପା ମା । ହେଲେ ଝିଅ ଠିକ ସମୟରେ ଖାଇବା ନେଇ ପହଞ୍ଚି ନଥିଲେ । ପରେ ବାପା ମା ଫୋନ କରିଥିଲେ ହେଲେ ଝିଅ ଫୋଲ ଉଠେଇ ନଥିଲେ । ଏନେଇ ବାପା ମା ସନ୍ଦେହ କରି ଘରେ ପହଞ୍ଚି ଥିଲେ । ପରେ ଝିଅର ରକ୍ତାକ୍ତ ମୃତ ଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।