ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରଙ୍କ ଦ୍ୱାରା ପ୍ରଚଳିତ ମୁକ୍ତା ଯୋଜନାରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସୌନ୍ଦର୍ଯ୍ୟ କରଣ ନିମନ୍ତେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । କୋଦଳା ଏନଏସିର ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁକ୍ତା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ଏସଡ଼ିଏ ଗ୍ରୁପ ଉପକୃତ ହୋଇଥିବା ବେଳେ ଆଗକୁ ମଧ୍ୟ ମୁକ୍ତା ଯୋଜନାରେ ମହିଳା ମାନେ ଉପକୃତ ହେବେ ବୋଲି ଶ୍ରୀ ନାୟକ କହିଛନ୍ତି । ପାଖାପାଖି ପନ୍ଦର ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ମୁକ୍ତା ଯୋଜନା ମାଧ୍ୟମରେ କାର୍ଯ୍ୟାଦେଶ ବଣ୍ଟନ ହୋଇଥିବା ବେଳେ ଆଗକୁ କୋଦଳା ଏନଏସିର ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି । ଶ୍ରୀ ନାୟକ ସହରର ରୂପାନ୍ତିକରଣ ନିମନ୍ତେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଗ୍ରୁପର ମହିଳା ସଦସ୍ୟା ମାନେ ଖୁବ ଆଗ୍ରହ ପ୍ରକାଶ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଶ୍ରୀ ନାୟକଙ୍କ ସମେତ କାଉନସିଲର ମଧୁସୂଦନ ଜେନା ମଧ୍ୟ ଉପସ୍ଥିତ ଥିଲେ ।