ଭୁବନେଶ୍ୱର : ଭତ୍ତା ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ ନା ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ ନା ବିଜୁ ଜନତା ଦଳର କାର୍ଯ୍ୟକ୍ରମ ? ଯଦି ଏହା ସରକାରୀ ଅର୍ଥରେ ହେଉଛି ଓ ସରକାରୀ ଅଧିକାରୀ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ରହୁଛନ୍ତି , ତା ହେଲେ ଏଇଟା ନିଶ୍ଚୟ ସରକାରୀ କାର୍ଯ୍ୟକ୍ରମ | ପାଟକୁରା ବିଧାୟିକା ସାବିତ୍ରୀ ଆଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ବିରାଟ ଫଟୋ ସରକାରୀ ବ୍ୟାନର ରେ କାହିଁକି ଲାଗିଛି ? ପ୍ରଶାସନ ଓ ସରକାର ଉତ୍ତର ରଖନ୍ତୁ !
ବିଧାୟିକାଙ୍କ ଅନୁପସ୍ଥିତିରେ ବିଧାୟିକାଙ୍କ ପ୍ରତିନିଧିଙ୍କ ଫଟୋ ସରକାରୀ ବ୍ୟାନରରେ କାହିଁକି ରହିବ ? ପ୍ରତିନିଧି ଭାବେ ଯଦି ବିଧାୟିକା ତାଙ୍କୁ ମନୋନୀତ କରିଛନ୍ତି, ସେ ବିଧାୟିକାଙ୍କ ଅନୁପସ୍ଥିତିରେ ସରକାରୀ ମଞ୍ଚରେ ଉପସ୍ଥିତ ରହିପାରିବେ କିନ୍ତୁ ସରକାରୀ ବ୍ୟାନରରେ ତାଙ୍କ ଫଟୋ କାହିଁକି ଲାଗିଛି ? ଭତ୍ତା ବଣ୍ଟନ କଣ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଯେଉଁଠି ସଞ୍ଜୟ ଅଗ୍ରୱାଲ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଙ୍କ ଫଟୋ ମଞ୍ଚ ବ୍ୟାନରରେ ରହିବ? ସରକାରୀ ଭତ୍ତା ବଣ୍ଟନ କଣ ଏକ ବ୍ୟକ୍ତିଗତ ଘରୋଇ କାର୍ଯ୍ୟକ୍ରମ ଯେ ବିଧାୟିକାଙ୍କ ସହ ତାଙ୍କ ପୁଅଙ୍କ ଫଟୋ ମଞ୍ଚ ବ୍ୟାନରରେ ରହିବ? ଉତ୍ତର ଦିଅନ୍ତୁ ପ୍ରଶାସନ, ସରକାର ଓ ବିଧାୟିକା ନିଜେ?