ଯାଜପୁର : ମୃତ ବ୍ୟକ୍ତିଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ମଲା ଲୋକଙ୍କ ନାଁରେ ଚାଲିଛି ହରିଲୁଟ ।ଏପରି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଂଚାୟତରୁ । ଭତ୍ତା ପାଇଁ ତଥ୍ୟ ମଗାଯିବା ବେଳେ ହିତାଧିକାରୀ ଅନୁପସ୍ଥିତ ରହିବାରୁ ମଲା ଲୋକଙ୍କ ନାଁରେ ଭତ୍ତା ଟଙ୍କା ହୋଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ, ବିଡିଓଙ୍କ ନିକଟରେ ଅଭିଯୋଗ ହେବା ପରେବି ପ୍ରଶାସନର କିଛି କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଜଣାପଡିଛି ।
ସୂଚନାନୁସାରେ, ୧୨ଟି ୱାର୍ଡ ବିଶିଷ୍ଟ ପାଖର ପଂଚାୟତରେ ଗତ ଏପ୍ରିଲ ମାସରେ ଭତ୍ତାଟଙ୍କା ବଣ୍ଟାଯିବା ସମୟରେ ପଂଚାୟତ କାର୍ଯ୍ୟାଳୟର ନୂତନ ପିଇଓ ବିଜୟ ଦାସ ହିତାଧିକାରୀଙ୍କ ନାଁ ଡାକିବା ସହ ଆଧାର କାର୍ଡ ଓ ବ୍ୟାଙ୍କ ଡିଟେଲସ ମାଗିଥିଲେ । ସେହିଦିନ ପ୍ରାୟ ୪୦ରୁ ଅଧିକ ହିତାଧିକାରୀଙ୍କୁ ଦେଖିବାକୁ ମିଳିନଥିଲା ।ଏହା ପରେ ମୃତ ଲୋକଙ୍କ ନାଁରେ ଭତ୍ତା ଦିଆଯାଉଥିବା କଥା ଜଣାପଡିଥିଲା ।
ଯାହାକୁ ଜାଣିବା ପରେ ଶ୍ରୀ ଦାସ ଯାଜପୁର ଜିଲ୍ଲାପାଳ, ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଅଭିଯୋଗ କରିବାର ୧୫ ଦିନ ହୋଇଗଲେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା କରିଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଅର୍ଥ ହରିଲୁଟ ସମ୍ପର୍କରେ ଜଣାପଡିବ, ତାହା ଆଗାମୀ ଦିନରେ ଜଣାପଡିବ ।