ପୁଷ୍ପା ୨ ସ୍କ୍ରିନିଂ ବେଳେ ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲା : ଅଲ୍ଲୁ ଅର୍ଜୁନ ଗିରଫ

0

ନୂଆଦିଲ୍ଲୀ : ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ  ।  ପୁଷ୍ପା ୨ ସ୍କ୍ରିନିଂ ସମୟରେ  ହୋଇଥିବା ଦଳା ଚକଟା ପାଇଁ ହାଇଦ୍ରାବାଦ ପୋଲିସ  ଗିରଫ କରିଛି । ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ  କରାଯାଇଛି । ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୮ ବର୍ଷର ପୁଅ ଗଭୀର ଭାବରେ ଆହତ ହୋଇଥିଲେ । ପୂର୍ୱରୁ ଅଲ୍ଲୁ ଅର୍ଜୁନ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଥିଲେ । ହେଲେ ମାମଲା ରୁଜୁ ପରେ  ଗିରଫ ହୋଇଛନ୍ତି ଅଲୁ ଅର୍ଜୁନ । ବିଏନଏସସେକ୍ସନ ୧୦୫ ଅଧିନରେ  ଏବଂ ୧୧୮  (୧) ଆରଡବ୍ଲୁ ୩, ୫ ଅଧିନରେ ମାମଲା ଦାୟର ହୋଇଥିବା ନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ଜୋନର  ଡିସିପି  ହାଇଦ୍ରାବାଦ ପୋଲିସର ଆକାକ୍ଷୀଂ ଯାଦବ । ଜାତୀୟ ଗଣ ମାଧମକୁ ସେ ସୂଚନା ଦେଇଛନ୍ତି ଯେ  ମାମଲା ଦାୟର କରାଯାଇଥିଲା ।