ବଲିଉଡ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ର କ୍ରେଜ ସବୁଆଡେ ଦେଖିବାକୁ ମିଳୁଛି । ଫିଲ୍ମକୁ ନେଇ ବହୁ ପ୍ରଶଂସା ମଧ୍ୟ ହେଉଛି । ନିକଟରେ ଜଣେ ବୃଦ୍ଧା ବି ‘ଯବାନ’ ଦେଖି ଶାହରୁଖଙ୍କ ଖୁବ ପ୍ରଶଂସା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ବି ‘ଯବାନ’ ସିନେମାର ଖୁବ ପ୍ରଶଂସା କରିଛି। ଏହି କ୍ରମରେ ଅଭିନେତା ଅଲ୍ଲୁଅର୍ଜୁନ ‘ଯବାନ’ର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟର ଭୁରିଭୁରି ପ୍ରଶଂସା କରିଛନ୍ତି।
‘ଯବାନ’ର ପ୍ରତିଟି ଷ୍ଟାରକାଷ୍ଟଙ୍କୁ ଶୁଭେଚ୍ଛା ଜଣାଇ ଅଲ୍ଲୁ-ଅର୍ଜୁନ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଅଭିନେତା ଲେଖିଛନ୍ତି, ‘ଧମାକା ବ୍ଲକବଷ୍ଟର ପାଇଁ ‘ଯବାନ’ର ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା। ‘ଯବାନ’ର ପ୍ରଯୋଜକ, ଟେକନିକାଲ ସଦସ୍ୟ, କ୍ରୁ ଓ ସମ୍ପୂର୍ଣ୍ଣ କାଷ୍ଟଙ୍କୁ ଅନେକ ଅନେକ ଶୁଭେଚ୍ଛା। ଶାହରୁଖ ସାର ମୁଁ ଆପଣଙ୍କ ପାଇଁ ଖୁବ ଖୁସି। କାରଣ ‘ଯବାନ’ର ଏଭଳି ସଫଳତା ପାଇଁ ମୁଁ ପ୍ରାର୍ଥନା କରିଥିଲି। ଆଉ ମୋର ପ୍ରାର୍ଥନା ଫଳପ୍ରଦ ହୋଇଛି।