ବ୍ୟୁରୋ : ପ୍ରଥମେ ମୋ ସ୍ତ୍ରୀ ସହ ଦୁଷ୍କର୍ମ ତା ପରେ ଛୁରୀ ଭୁସିଦେଲେ ଦୃର୍ବୃତ୍ତ । ଏବେ ମୋ ସ୍ତ୍ରୀ ମରଣ ସହ ଲଢୁଛି । ତା ଅବସ୍ଥା ଦେଖିଲା ଭଳି ନାହିଁ । ଏମିତି କିଛି କାନ୍ଦି କାନ୍ଦି ପୋଲିସ ଆଗରେ କହିଥିଲା ଗୋଟେ ଅସହାୟ ସ୍ୱାମୀ । ଏ ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁରୁଗାଓଁ ରେ । ସେଠିକାର ଡିଏଲ୍ଏଫ୍ ଫେଜ୍ ୩ ଅଂଚଳରେ ଦୁଇ ଲୋକେ ଜଣେ ୨୪ ବର୍ଷୀୟଙ୍କ ସହ ଦୁଷ୍କର୍ମ କରିବା ପରେ କରିଥିଲେ ନ ଛାଡି ସେ ତାଙ୍କୁ ଛୁରୀ ମାଣିଥିଲେ । କିନ୍ତୁ ମହିଳାଙ୍କ ଭାଗ୍ୟ ଭଲ ଯାହା ପାଇଁ ଛୁରୀ ମାଣିବା ସତ୍ତେ ସେ ବଂଚିଯାଇଛନ୍ତି ।
ଓ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁସାରେ ତାଙ୍କ ସ୍ଥିତି ଏବେ ଗମ୍ଭୀର ଅଛି। ଏଣୁ ତାଙ୍କ ବୟାନ ବି ନିଆଯାଇ ପାରୁନାହିଁ। ପୀଡ଼ିତାଙ୍କ ଅଟୋ ରିକ୍ସା ଚାଳକ ସ୍ୱାମୀ ଏ ନେଇ ଡିଏଲ୍ଏଫ୍ ଫେଜ୍ ୩ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ସୋମବାର ରାତିରେ ତାଙ୍କୁ ତାଙ୍କ ପତ୍ନୀ ଫୋନ୍ କରି କାନ୍ଦି କାନ୍ଦି କହିଥିଲେ ଯେ ୨ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରୀ ଭୁସି ଦେଇଛନ୍ତି। ସେ କେଉଁଠାରେ ଅଛନ୍ତି ବି କହିପାରି ନଥିଲେ। ପରେ ମୋ ସ୍ତ୍ରୀ ମୋତେ ଘରକୁ ଆସିବାକୁ କହିଥିଲେ।
ମୁଁ ଘରକୁ ଫେରିବା ବେଳେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ନଗ୍ନ ହୋଇ ତଳେ ପଡ଼ିଥିଲେ। ସେ କହିଥିଲେ ଯେ ତାଙ୍କ ସହ ୨ ଜଣ ଲୋକ ବଳାତ୍କାର କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରୀ ଭୁସି ଦେଇଛନ୍ତି। ଏ ନେଇ ପୀଡ଼ିତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ କହିଛି ଯେ ସେ ବିହାରର ନିବାସୀ ଅଭିଯୁକ୍ତ ଅନୀଲ ଠାକୁରଙ୍କୁ ଗିରଫ କରିଛନ୍ତି ଓ ତଦନ୍ତ ଜାରି ରହିଛି। ଗୁରୁଗ୍ରାମ୍ ପୋଲିସ କମିଶନର କଳା ରାମଚନ୍ଦ୍ରନ କହିଛନ୍ତି। ଖୁବ୍ ଶୀଘ୍ର ଅନ୍ୟ ଜଣଙ୍କୁ ବି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ। ଅନ୍ୟପଟେ ମହିଳାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି ଡାକ୍ତର ।