ପ୍ରେମ ମାସରେ ଏହି ଅଭିନେତ୍ରୀ ଜନ୍ମ ହୋଇଥିଲେ ବି ମିଳିପାରିଲା ନାହିଁ ପ୍ରେମର ଠିକଣା

0

ବ୍ୟୁରୋ : ମଧୁବାଲାଙ୍କ ନାଁ ଶୁଣିଲେ କେତେ ଯେ ଦିୱାନା ତାଙ୍କର କହିହେବ ନାହିଁ । କିନ୍ତୁ ତଥାପି ତାଙ୍କୁ ମିଳିପାରିଲା ନାହିଁ ମନର ମଣିଷ । ଯିଏ ଦେଖୁଥିଲେ ତାଙ୍କ ସୌନ୍ଦର୍ଯ୍ୟରେ ସବୁ ଅଭିଭୂତ ହେଉଥିଲେ । ମାତ୍ର ୧୪ ବର୍ଷ ବୟସରେ ହିରୋଇନ୍ ହୋଇଥିବା ଏହି ସୁନ୍ଦରୀ ୩ ବର୍ଷ ପରେ ଅର୍ଥାତ ୧୭ ବର୍ଷରେ ହୋଇଥିଲେ ସୁପରଷ୍ଟାର ।


ମଧୁବାଲାଙ୍କ ରୂପ ଏପରି ଥିଲା ଯେ କେହି ହେଉନା କାହିଁକି ଖାଲି ଦେଖିବା ପାଇଁ ଘଡିଏ ଅଟକି ରହୁଥିଲା । ବଡ ବଡ ଅଭିନେତା ବି ତାଙ୍କ ସୁନ୍ଦରତାରେ ହଜି ଯାଉଥିଲେ । ଖାଲି ସେତିକି ନୁହେଁ ମନୋରଞ୍ଜନ ଜଗତରେ ତାଙ୍କୁ କୁହାଯାଉଥିଲା “ଭେନସ୍ ଅଫ୍ ଇଣ୍ଡିଆନ ସିନେମା” ।


ଚଳିତ ମାସକୁ ପ୍ରେମର ମାସ ବୋଲି ସମସ୍ତଙ୍କୁ ଜଣା । ଫେବୃଆରୀ ୧୪ ତାରିଖକୁ ପାଶ୍ଚାତ୍ୟ ଦେଶରେ ଭାଲେଣ୍ଟାଇନ ଡେ’ର ପରିଚୟ ମିଳିଛି । ସେହି ଦିନରେ ଅପୂର୍ବ ସୁନ୍ଦରୀ ମୁମତାଜ ଜେହେନ୍ ବେଗମ୍ ଦେହଲାବି ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୀ ସିନେମା ଜଗତର ସୁପରଷ୍ଟାର୍ ହୋଇଥିଲେ । ହେଲେ ସେଟରେ ନାଁ ରହିଥିଲା ବେବି ମୁମତାଜ୍ । ପୁଣି ନାଁ ବଦଳିଲା ଆଉ ବରିଷ୍ଠ ହିରୋଇନଙ୍କ ପରାମର୍ଶ କ୍ରମେ ପରେ ହିରୋଇନଙ୍କ ନାଁ ମୁମତାଜରୁ ବଦଳି ରହିଥିଲା ‘ମଧୁବାଲା’ ।


୧୯୩୩ ଫେବୃଆରୀ ୧୪ ତାରିଖରେ ଜନ୍ମିତ ମଧୁବାଲା ୧୧ ଜଣ ଭାଇଭଉଣୀଙ୍କ ମଧ୍ୟରେ ପିତାମାତାଙ୍କ ପଞ୍ଚମ ସନ୍ତାନ ଥିଲେ । ମାତ୍ର ୯ ବର୍ଷରେ ‘ବସନ୍ତ’ ସିନେମାରେ ଏକ କ୍ଷୁଦ୍ର ରୋଲରେ ନଜର ଆସି ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ୭୦ ରୁ ଅଧିକ ସିନେମାରେ କାମ କରି ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏଭରଗ୍ରୀନ୍ ସୁପରଷ୍ଟାର୍ ପାଲଟିଯାଇଥିଲେ । କିନ୍ତୁ ବିଧିର ବିଧାନ ହିଁ କିଛି ଅଲଗା ଥିଲା ସଫଳତାର ସୋପାନରେ ପହଁଞ୍ଚିଲା ବେଳକୁ ମଧୁବାଲାଙ୍କୁ ଧୋକା ଦେଇଦେଲା ସ୍ବାସ୍ଥ୍ୟ । ହୃଦୟରେ ଛିଦ୍ର ଥିବା କାରଣରୁ ମାତ୍ର ୩୬ ବର୍ଷ ବୟସରେ ୧୯୬୯ ଫେବୃଆରୀ ୨୩ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ ।

ପ୍ରେମର ପ୍ରତୀକ ଭାଲେଣ୍ଟାଇନ୍ ଡେ’ରେ ଜନ୍ମ ହୋଇଥିବା ଅଭିନେତ୍ରୀ ମଧୁବାଲାଙ୍କ ହୃଦୟ ସିନା ଛିଦ୍ର ଯନ୍ତ୍ରଣାରେ ଛଟପଟ ହେଉଥିଲା କିନ୍ତୁ ତାଙ୍କ ହୃଦୟ ଥିଲା ପ୍ରେମରେ ପରିପୂର୍ଣ୍ଣ ।
ଜୀବନରେ ୪ ଜଣଙ୍କୁ ମନ ଦେଇଥିବା ଅଭିନେତ୍ରୀ କାହା ସହ ବି ନିଜ ସମ୍ପର୍କକୁ ମଜବୁତ କରିପାରିନଥିଲେ । ମୁଗଲ-ଏ-ଆଜମ୍ ସମୟରେ ଦିଲ୍ଲୀପ କୁମାରଙ୍କ ସହ ତାଙ୍କ ପ୍ରେମର ନିବିଡ଼ତା ଆଉ ପରେ ବିଚ୍ଛେ

ଦ ତାଙ୍କୁ ବହୁତ ଆଘାତ ପହଁଞ୍ଚାଇଥିଲା । ତା’ପରେ ସେ କିଶୋର କୁମାରଙ୍କୁ ବିବାହ କଲେ, କିନ୍ତୁ ଯେତେବେଳେ ଶେଷ ସମୟରେ ସେ ଅସୁସ୍ଥ ହୋଇପଡ଼ିଲେ, କିଶୋର ମଧ୍ୟ ତାଙ୍କଠାରୁ ମୁହଁ ଫେରାଇ ନେଲେ । ମାତ୍ର ୩୬ ବର୍ଷ ବୟସରେ ଏଭରଗ୍ରୀନ୍ ଅଭିନେତ୍ରୀ ଜଣକ ଦୁନିଆକୁ ଅଲବିଦା କହିଥିଲେ ।