ସତ୍ୟବାଦୀରେ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

0

ସତ୍ୟବାଦୀରେ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ର ମହୁରା ପଞ୍ଚାୟତରେ ଶାଖାକୁ ଲୋକସେବା ଭବନରୁ ଭ୍ରଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହୁରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହୁରା ପଞ୍ଚାୟତର ବିଜୁ ଜନତା ଦଳର ସଭାପତି ସନ୍ତୋଷ କୁମାର ବରାଳ, ପୂର୍ବତନ ସରପଞ୍ଚ ନିରଞ୍ଜନ ମହାରି, ବିଜେଡି କର୍ମୀ, ଲୋକପ୍ରତିନିଧିଙ୍କ ସହିତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍‌‌ପି ପ୍ଲସ୍‌‌ ଆଉଟ୍‌‌ଲେଟ୍‌‌ ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇ ବା ପାଇଁ ଆରମ୍ବ କରିଛନ୍ତି କାର୍ଯ୍ୟକ୍ରମ।ବିଶେଷ କରି ଏହା ଦ୍ୱାରା ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେ, ବ୍ୟାଙ୍କ ସେବା ପାଇ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଜନସାଧାରଣ।

ସେହିପରି ପିପିଲିର ରୂପଦେଇପୁର ଓ ଦୁର୍ଗାଦାଶପୁର ପଞ୍ଚାୟତର ଦୁଇଟି ଶାଖା ଏବଂ ନିମାପଡ଼ା ସାଇଁ ଶ ପଞ୍ଚାୟତ ରେ ଆମ ବ୍ୟାଙ୍କ ସେବା ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ସମୀର ରଂଜନ ଦାଶଙ୍କ ସମେତ ବ୍ଲକ ଅଧକ୍ଷ ,ବିଡ଼ିଓ, ତହସିଲଦାର ଙ୍କ ସମେତ ଉକ୍ତ ପଂଚାୟତର ଶତାଧିକ ଲୋକ ଉପସ୍ଥିତ ଥିଲେ।