(ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଠାରେ ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ୧୫ ଟି ଗ୍ରାମପଞ୍ଚାୟତରେ ବିଭିନ୍ନ ଯୋଜନା ଗୁଡିକୁ ଉପସ୍ଥିତ ଜନସାଧାରଣଙ୍କୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଦେଖାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଦର୍ଶାଇ ଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଗୁଡିକର କାମ ତ୍ୱରାନିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି,ଯୋଗ ଦେଇଥିବାବେଳେ ଏସଡିପିଓ ନିତିନ କୁଶଳକର,କୈଳାସ ଚନ୍ଦ୍ର ମୁର୍ମୁ , ଆଇଆଇସି ନୀରଜ କୁମାର ସାମଲଙ୍କ ସମତେ ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମାଲିକ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ଜିଲ୍ଲା ପରିଷଦମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ କୋଟଗଡ ବ୍ଲକ ପାଇଁ ୯୨ ଟି ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ ୧୬୨ଗାଁ ର ପ୍ରାୟ ୨୦୦୦ ହଜାରରୁ ଉର୍ଦ୍ଧ ଲୋକ ଏହି ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକୁ ଭୂରିୟସି ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲାକୋଟଗଡରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ