(ରିପୋଟର୍ସ ଟୁଡେ): ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ୫ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୪.୫୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ ଗୁଡି ହେଲା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ମୟୂରଭଞ୍ଜ ଜିଲ୍ଲାର ବଡସାହି ଓ କରଞ୍ଜିଆ, କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଓ ହରିଚନ୍ଦନପୁର, ବରଗଡ ଜିଲ୍ଲାର ପାଇକମାଳ ଓ ରାୟଗଡା ଜିଲ୍ଲାର କୋଲନରା ବ୍ଲକ।
ଆଜି ମୁଖ୍ୟମନ୍ତ୍ରୀ ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୨୨୪ଟି ପ୍ରକଳ୍ପ, ବଡସାହି ବ୍ଲକର ୩୦ଟି ପଞ୍ଚାୟତ ପାଇଁ ୭.୫୦ କୋଟି ଟଙ୍କାରେ ୩୧୧ଟି ପ୍ରକଳ୍ପ, ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୪୦ କୋଟି ଟଙ୍କାର ୧୬୮ଟି ପ୍ରକଳ୍ପ, ହରିଚନନ୍ଦନ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୫.୫୨ କୋଟି ଟଙ୍କାର ୧୬୬ଟି ପ୍ରକଳ୍ପ, ପାଇକମାଳ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୩.୩୫ କୋଟି ଟଙ୍କାରେ ୧୫୨ ପ୍ରକଳ୍ପ, କୋଲନରା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୪.୫୨ କୋଟି ଟଙ୍କା ୧୨୯୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।