(ପ୍ରିୟଦର୍ଶନୀ ସ୍ୱାଇଁ )ମୁମ୍ବାଇ: ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଆଗାମୀ ଚଳଚ୍ଚିତ୍ର ଖୁବ୍ ଶ୍ରୀଘ୍ର ଆସିବାକୁ ଯାଉଛି । ଶୁଣିବାକୁ ମିଳୁଛିଯେ କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ହେଉଥିବା ଚଳଚ୍ଚିତ୍ର ‘ଥାଲାଇଭି’ରେ ଆମ୍ମାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଆମ୍ମାଙ୍କ ପରି ଜଣେ ବହୁ ଲେକପ୍ରିୟ ରାଜନୈତିକ ଚେହେରା ପାଇଁ କେଉଁ ଅଭିନେତ୍ରୀ ଠିକ୍ ହେବେ ବୋଲି ପୂର୍ବରୁ ବହୁ ଆଲୋଚନା ହେଉଥିଲା । ଏହି ଚଳଚ୍ଚିତ୍ରରେ ଏଏଲ୍ ବିଜୟ ନିର୍ଦ୍ଦେଶନା ଦେବାକୁ ଥିବା ବେଳେ ଉକ୍ତଚଳଚ୍ଚିତ୍ର ପାଇଁ ଦର୍ଶକଙ୍କ ମନରେ ଖୁବ୍ ଉତ୍ସୁକତା ରହିଛି । ସେପଟେ ୩ ଥର ଜାତୀୟ ପୁରସ୍କାର ବିଜୟିନୀ ହେବାପରେ କଙ୍ଗନାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି ।