ବିଜେପିରେ ଯୋଗଦେଇପାରନ୍ତି ଅମରେଶ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ ; ବଢିଲା ଚର୍ଚ୍ଚା , ବିଜେପିରେ ଯୋଗଦେଇପାରନ୍ତି ଅମରେଶ । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ଏଥିପାଇଁ ଚର୍ଚ୍ଚା ହେଉଛି କି ଶଙ୍ଖ ଛାଡି ପଦ୍ମ ପୋଖରୀକୁ ଡିଆଁ ମାରିପାରନ୍ତି ବାଇଁଆ । ତେବେ ଏହି ସାକ୍ଷାତକାରକୁ ସୌଜନ୍ୟମୂଳ ବୋଲି ସେ କହିଛନ୍ତି । ସୂଚନା ମୁତାବକ, ଗତ ୨୦୨୪ ମସିହାରେ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ ଆଶାୟୀ ଥିଲେ ଅମରେଶ ଜେନା । ଲଗାତାର ଭାବେ ସେ ନିଜ ଦଳର ନେତା ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରିଆସୁଥିଲେ । ଆଉ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ହେଲେ ଦଳର ଶୀର୍ଷ ନେତୃତ୍ୱ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ ଅନନ୍ତଙ୍କ ଉପରେ ଭରସା କରିବା ସହିତ, ତାଙ୍କୁ ଦେଇଥିଲେ ବିଧାନସଭା ଟିକେଟ୍ । ୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ନପାଇବା ପରେ, ବିଜେଡି ସହ ଅମରେଶଙ୍କର ଆରମ୍ଭ ହେଇଥିଲେ ତୁ ତୁ ମେଁ ମେଁ । ଆଉ ଏବେ ଅମରେଶ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ, ଏହି ଚର୍ଚ୍ଚାକୁ ଆହୁରି ଅଧିକ ବଳ ମିଳିଛି ।