ତୁଳସୀ ଗଛ ଶୁଖିଗଲେ ଆସିପାରେ ଏସବୁ ସଙ୍କଟ
ହିନ୍ଦୁ ଧର୍ମରେ ତୁଳସୀ ଗଛ ଖୁବ୍ ପବିତ୍ର ମନେକରାଯାଏ। ମାନ୍ୟତା ରହିଛି ଯେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ବାରା ସକାରତ୍ମକ ଶକ୍ତି ମିଳିଥାଏ।
ହିନ୍ଦୁ ଧର୍ମରେ ତୁଳସୀ ଗଛ ଖୁବ୍ ପବିତ୍ର ମନେକରାଯାଏ। ମାନ୍ୟତା ରହିଛି ଯେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ବାରା ସକାରତ୍ମକ ଶକ୍ତି ମିଳିଥାଏ। ପ୍ରତିଦିନ ତୁଳସୀ ଗଛରେ ପାଣି ଦେଲେ ଇଶ୍ବରଙ୍କ କୃପା ରହିଥାଏ। କିନ୍ତୁ ଯଦି ତୁଳସୀ ଗଛ ସୁଖିବାକୁ ଲାଗୁଥାଏ ତେବେ ଘର ଉପରେ ଏହାର ଖରାପ ପ୍ରଭାବ ପଡିପାରେ। ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ସମ୍ପର୍କରେ କିଛି ଖାସ୍ କଥା।
୧-ଯଦି ଘରେ ତୁଳସୀ ଗଛ ଶୁଖିକି କଳା ପଡିଯାଏ ତେବେ ଜାଣିନିଅନ୍ତୁ ଆପଣଙ୍କ ଦ୍ବାରା କିଛି ନା କିଛି ଭୁଲ ହୋଇଛି। ଶୁଖିଯାଇଥିବା ଗଛକୁ ଏପଟ ସେପଟେ ପକାନ୍ତୁ ନାହିଁ ବରଂ ନଦୀରେ ପ୍ରବାହିତ କରିଦିଅନ୍ତୁ।
୨- ନୂଆ ଗଛ ଲଗାଇବା ପୂର୍ବରୁ ଦେବୀ ତୁଳସୀଙ୍କୁ ନିଜର ଭୁଲ ପାଇଁ କ୍ଷମା ମାଗନ୍ତୁ।
୩- ପ୍ରତିଦିନ ପାଣି ଦେବା ସହ ତୁଳସୀ ଗଛ ପାଖରେ ଦୀପ ଲଗାନ୍ତୁ।
୪ – ରବିବାର, ଏକାଦଶୀ ଓ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଦିନ ତୁଳସୀ ଗଛରେ ଭୁଲରେ ପାଣି ଦିଅନ୍ତୁ ନାହିଁ କିମ୍ବା ହାତ ଲଗାନ୍ତୁ ନାହିଁ। କାରଣ ରବିବାର ଦେବୀ ତୁଳସୀ ଭଗବାନ ବିଷ୍ଣୁଙ୍କ ଆରାଧନାରେ ଲୀନ ରହିଥାନ୍ତି।
୫- ଭୁଲରେ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ। ଏହାଦ୍ବାରା ତୁଳସୀଙ୍କ ସହ ଅନ୍ୟ ଦେବାଦେବୀ ଅସନ୍ତୁଷ୍ଟ ହୋଇଥାନ୍ତି।
୬-ତୁଳସୀ ପୂଜା ପରେ ଆରତୀ କରିବାକୁ ଭୁଲନ୍ତୁ ନାହିଁ।
୭- ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ, ବଡ ବିପଦ ଆସିପାରେ।