ନିଆଁ କବଳରେ ବିଶ୍ୱର ସବୁଠାରୁ ବଡ ଜଙ୍ଗଲ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଶ୍ୱର ସବୁଠାରୁ ବଡ ଜଙ୍ଗଲରେ ନିଆଁ  । ବ୍ରାଜିଲର ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ଫଳରେ ଜଙ୍ଗଲର ଅନେକ ଅଂଶ ପୋଡି ପାଉଁଶ ହୋଇଯାଇଛି। ଅନେକ ବିରଳ ପ୍ରାଣୀ ତଥା ମୂଲ୍ୟବାନ ଗଛଲତା ଜୀବନ୍ତ ଦଗ୍ଧ। ନିଆଁ ପ୍ରଭାବରେ ୨୭୦୦ କିମି ପରିମିତ ଅଞ୍ଚଳ ପ୍ରଭାବିତ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ବ୍ରାଜିଲ ସରକାର ସେନା ନିୟୋଜିତ କରିଛି । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି ବ୍ରାଜିଲକୁ ନିଆଁ ଲିଭାଇବାକୁ ସହାୟତା କରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଆମାଜନ ବିଶ୍ୱର ସବୁ ଠାରୁ ବଡ ଜଙ୍ଗଲ । ବିଶ୍ୱର ୨୦ ପ୍ରତିଶତ ଅମ୍ଳଜାନ ଯୋଗାଇବାରେ ଏହି ଜଙ୍ଗଲ ସହାୟକ ହୋଇଥାଏ । ଆମାଜନ ଜଙ୍ଗଲର ନିଆଁ ସାରା ବିଶ୍ୱକୁ ପ୍ରଭାବିତ କରିବ । ତେଣୁ ଏହି ନିଆଁକୁ ନେଇ ସମସ୍ତ ରାଷ୍ଟ୍ର ଚିନ୍ତା ବ୍ୟକ୍ତ କରିଛନ୍ତି । ଆଗାମୀ ଗ୍ଲୋବାଲ୍ ସମିତରେ ଆମାଜନ ନିଆଁକୁ ଫ୍ରାନସ ବଡ ମୁଦ୍ଦା କରୁଥିବା ସୂଚନା ରହିଛି।