(ଅନୁସ୍ୱୟା)ଭୁବନେଶ୍ୱର: ଭାରତୀୟ ଟିମକୁ ଝଟକା । ବର୍ତ୍ତମାନ ଇଂଲଣ୍ଡରେ ଭାରତ ବିଶ୍ୱ କପ୍ ଖେଳୁଥିବାବେଳେ ଟିମ୍କୁ ଏକ ଝଟ୍କା ଲାଗିଛି । ଦଳର ମଧ୍ୟକ୍ରମ ବ୍ୟାଟସ୍ମ୍ୟାନ ଅମ୍ବାତି ରାୟୁଡ଼ୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଚଳିତ ବିଶ୍ୱ କପ୍ରେ ତାଙ୍କୁ ଚୟନ ନ କରାଯିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ବିଶ୍ୱ କପ୍ ପାଇଁ ଚୟନ ବେଳେ ଅମ୍ବାତିଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା । ଏହା ପରେ ତାଙ୍କର ଏକ ବିବାଦିତ ଟ୍ୱିଟ୍ ବେଶ୍ ଚର୍ଚ୍ଚାରେ ଥିଲା । ଏହା ପରେ ତାଙ୍କୁ ରିଜର୍ଭ ତାଲିକାରେ ରଖାଯାଇଥିଲା । ଆହତ କାରଣରୁ ଶିଖର ଧାୱନ ଓ ବିଜୟ ଶଙ୍କର ଦଳରୁ ବିଦା ହେବା ପରେ ମଧ୍ୟରେ ବିସିସିଆଇ ଅମ୍ବାତିଙ୍କୁ ସୁଯୋଗ ଦେଇ ନାହିଁ । ଯେଉଁଥିପାଇଁ ସେ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଆଲୋଚନା ହେଉଛି । କିନ୍ତୁ ସେ ଆଇପିଏଲ୍ରେ ଖେଳ ଜାରି ରଖିବେ ।