ରାସ୍ତାରୁ ୨ କି.ମି ଦୁରରେ ଆମ୍ବୁଲାନ୍ସ , ଫଳରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

0

ଷ୍ଟ୍ରେଚରରେ ଗର୍ଭବତୀ ଓ ଲୋକଙ୍କ କାନ୍ଧରେ ଷ୍ଟ୍ରେଚର । ଅଙ୍କା ବଙ୍କା ହିଡ ରାସ୍ତା ମଝିରେ ପୁଣି ନଦୀ ତେଣୁ ମେଡିକାଲ ଜିବାକୁ ଏହାହିଁ ସାରା । ଜନ୍ମରୁ ମୃତ୍ୟୁ ଯାଏ କୁଢ କୁଢ ଯୋଜନା କିନ୍ତୁ ଏଠି ନିଅଣ୍ଟ । ରାଜ୍ୟ ସରକାର ସ୍ୱାସ୍ଥ୍ୟ,ଶିକ୍ଷା ଓ ଗମନାଗମନର ନାରା ଦେଉଥିବା ବେଳେ , ବାସ୍ତବତା କିନ୍ତୁ ଆପଣଙ୍କ ଆଗରେ । ନାଁ ରାସ୍ତା ନା ସ୍ୱାସ୍ଥ୍ୟ ଆଉ ନା ମା କୁ ସମ୍ମାନ , ସବୁ ଜେମତି ଏହି ଗର୍ଭବତୀଙ୍କ ପାଇଁ ସାତ ସପନ । ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ତଳସଜା ଗ୍ରାମର ଗର୍ଭବତୀ ମହିଳା କବିତା ମିନିଆକା ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥଲେ ରାସ୍ତା ନଥିବା ଯୋଗୁଁ ଗାଁ ଠାରୁ ଦୁଇ କିମି ଦୂରରେ ଆମ୍ବୁଲାନ୍ସ ଅଟକି ଥିଲା ଏହା ପରେ କିଛି ଉପାୟ ନପାଇ ଗ୍ରାମର କିଛି ଯୁବକ ଷ୍ଟ୍ରେଚର ରେ ଗର୍ଭବତୀ ମହିଳାଙ୍କୁ ନାଗାବଳୀ ନଦୀ ପାର କରି ସିକରପାଇ ପ୍ରାଥମିକ ଚିିତ୍ସାଳୟରେ ପହଞ୍ଚାଇ ଥିଲେ , ବାରମ୍ବାର ଏ ଭଳି ଘଟୁ ଥିଲେ ସୁଦ୍ଧା ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ପାରୁନାହିଁ , ଯଥା ଶୀଘ୍ର ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।