ଆମ୍ବୁଲାନସରେ ରୋଗୀ ନେବା ବଦଳରେ ବର୍ଜ୍ୟବସ୍ତୁ ବୁହା ଘଟଣା

0

(ଜ୍ୟୋତିେଂଜନ ଧର/ କଣିହାଁ ) : ଆମ୍ବୁଲାନସରେ ସାଧାରଣତଃ ରୋଗୀ ନେବା ଆଣିବା କରିବା ଦେଖାଯାଇଥାଏ । କିନ୍ତୁ ଏନଟିପିସି ପରିଚାଳନାଧିନ ତାଳଚେରଥର୍ମାଲ(ଟିଟିପିଏସ) ହସ୍ପିଟାଲ ଆମ୍ବୁଲାନସରେ ଡାକ୍ତରଖାନା କର୍ତୃପକ୍ଷ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପଠାଇବା ଘଟଣା ଯେତିକି ରୋଚକ ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ରୋଗୀ ଜୀବନ ସହିତ କି ସାଘାଂତିକ ଖେଳ ଖେଳୁଛନ୍ତି ଡାକ୍ତରଖାନାକର୍ତୃପକ୍ଷ । ବୁଧବାର ଦିନ ଓଡ଼ି ୩୫୩୫-୭୩୦୬ନମ୍ବର ଆମ୍ବୁଲାନସରେ ଡାକ୍ତରଖାନାର ବର୍ଯ୍ୟବସ୍ତୁ (ବ୍ୟବହୃତ ସିରିଂଞ୍ଜ ତୁଳା,ସାଲାଇନ,ବୋତଲ, ଗଜ ଇତ୍ୟାଦିକୁ) ଆମ୍ବୁଲାନସରେ ନିଆଯାଉଥିବା ଖବର ପାଇ ସ୍ୱେଛାସେବୀ ସଂଗଠନ ଦିନ୍ୟୁ ହରାଇଜନସଂସ୍ଥାର ସଦସ୍ୟ ମାନେ ଗାଡିକୁ ତାଳଚେର ଥର୍ମାଲଆନନ୍ଦଜାର ଠାରେଅଟକାଇ ଥିଲେ । ଗାଡି ଖୋଲି ଦେଖିବା ବେଳେ ଗାଡିି ଭିତରେ ଡଷ୍ଟବିନରେ ବର୍ଜ୍ୟବସ୍ତୁ ଭର୍ତି ରହିଛି ଓ ଏହାକୁ କଣିହାଁ ଡାକ୍ତରଖାନାପରିସରରେଥିବା ୱେଷ୍ଟ ମ୍ୟାନେଜମେଂଟକୁ ପଠାଯାଉଥିଲା ବୋଲି ଗାଡିର ଡ୍ରାଇଭର ପ୍ରକାଶ କରିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କରସେଠାରେ ଭିଡଜମିଥିଲ।।ଜରୁରୀ ସମୟରେ ରୋଗୀ ମାଗିବାବେଳେ ଆମ୍ବୁଲାନସ ମିଳୁ ନାହିଁ ଅଥଚ ଯେଉଁ କାମରେଏହା ବ୍ୟବହାର କରାଯିବାକଥା ନୁହେଁସେଥିରେ ଏହାକୁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହୋଇଛି । ଡାକ୍ତରଖାନାକର୍ତୃପକ୍ଷଙ୍କ ଏହି ଅସାବଧାନତାଯୋଗୁଁରୋଗୀ ମୃତ୍ୟୁମୂଖରେ ପଡିପାରେ । ଏହାଦ୍ୱାରାରୋଗୀମାନ ସଙ୍କ୍ରମିତ ହେବାର ବହୁଆଶଙ୍କା ମଧ୍ୟ ରହିଛି । ପରେ ସ୍ୱେଛାସେବୀ ସଂସ୍ଥାର ସଦସ୍ୟମାନେଗାଡିକୁ ନେଇ ତାଳଚେର ଥାନାଜିମା ଦେବାସହ ଏକଏଫଆଇଆର ମଧ୍ୟଦେଇ ଥିଲେ । ଏ ସଂପର୍କରେ ଡାକ୍ତରଖାନାର ସିଏମଓ ରଂଜିତାସାହୁଙ୍କୁ ଯୋଗାଯୋଗ କରିବାରୁ  ସେ କହିଲେ ଆଜି ଆମ୍ବୁଲାନସରେ ବର୍ଜ୍ୟବସ୍ତୁ ନିଆଯାଉଥିଲା । ଗାଡି ନଥିବାରୁ ଏହାକୁ କେବେକେବେ ବ୍ୟବହାର କରାଯାଏ ବୋଲିି ସେ ପ୍ରକାଶକରିଥିଲେ । ଡିଜିଏମ ସମିତ ଦେଙ୍କୁ ପଚାରିବାରୁ , ସେ କହିଲେ ଆମ୍ବୁଲାନସ ଥାନାରେଅଛି କଣ ପାଇଁଅଛି ତାହା ଜାଣି ନାହିଁ ,ସିଏମଓଙ୍କ ପଚାରିବା ପରେ ଜଣାପଡିବ ବୋଲି ପ୍ରକାଶ କରିଥିଲେ ।