ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ; ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା

0

କୋରାପୁଟ/ସୁନ୍ଦର କୁମାର ପାଣି: କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ବିକଳ ଚିତ୍ର । ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା ।
ଢ଼ୁ ଢ଼ୁ ବର୍ଷାରେ ପଲିଥିନ ଢ଼ାଙ୍କି ବୁହାହେଲେ ଗର୍ଭବତୀ । ଗାଁକୁ  ଆମ୍ବୁଲାନ୍ସ ନଆସିପାରିବାରୁ ୩ କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ। ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେତୁ ଅଧା ବାଟରେ ଶିଶୁ କନ୍ୟା ଜନ୍ମ ଦେଲେ ମା। କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ୍ ଯୋଗୁଁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ ଗାଡ଼ି। ଝଡ ବର୍ଷା ପବନରେ ପୋଲିଥିନ୍ ଢାଙ୍କି ଗାଁ ଠାରୁ ୩ କିମି ଦୂର ଭାରରେ ବୁହା ହୋଇ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇ ଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହଳଦୀ ସିଲ୍ ଗାଁ ରେ। ଗର୍ଭବତୀ ମହିଳା ଜଣକ ହେଲେ, ଯମୁନା ମୁଦୁଲି। ସୂଚନା ମୁତାବକ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ଆମ୍ବୁଲାନ୍ସ ଗାଡ଼ିକୁ ଯୋଗାଯୋଗ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗାଡ଼ି ଆସି ଗାଁ ଠାରୁ ତିନି କିମି ଦୂରରେ ଠିଆ ହୋଇଥିଲା। ଖଟିଆ ଭାରରେ ବୁହା ହୋଇ ଆମ୍ବୁଲାନ୍ସ ଗାଡ଼ି ପାଖକୁ ନେଇ ଥିଲେ। ହେଲେ ଗର୍ଭ ଯନ୍ତ୍ରଣା ଅତିଶୟ ହେବାରୁ ବାଟରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ନେଇଥିଲେ ଯମୁନା। ବର୍ତମାନ ମାଁ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ସୂଚନା ମୁତାବକ ଏହି ଗ୍ରାମ ରେ ପାଖାପାଖି ୮୦ ପରିବାର ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ହେଲେ ଗାଁ କୁ ଯାତାୟତ ପାଇଁ ନିତିଦିନିଆ ଭଲ ରାସ୍ତା ସୁବିଧା ନ ଥିବା ରୁ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ପକ୍ଷରେ , କେନ୍ଦ୍ର ଓ ରାଜ୍ୟ ସରକାର ଗାଁ କୁ ବିକାଶ, ମାଁ କୁ ସମ୍ମାନ ଦେବାର ଢେଙ୍ଗୁରା ପିଟୁଥିବା ବେଳେ ବାସ୍ତବରେ ସରକାର ଙ୍କ ମାଳ ମାଳ ଯୋଜନା କୁ ନେଇ ପ୍ରଶ୍ନ ଉଠିଛି। କେବେ ଏଭଳି ସମସ୍ୟା ର ଗାଁ କୁ ସମାଧାନ କରିବ ପ୍ରଶାସନ। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ୩ କିମି ଦୂର ରାସ୍ତାକୁ ପକା ରାସ୍ତାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।