କାବୁଲ: ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ତାଲିବାନ ଚଳାଇଛି ଆତଙ୍କ । ଆଫଗାନିସ୍ତାନର ବହୁ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ସେହ ଚଳାଇଛି ନର ସଂହାର । ଏହାକୁ ନେଇ ଆମେରିକା ରବିବାର ଆଫଗାନିସ୍ତାନରେ ସିବା ତାଲିବାନୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି । ଏଥିରେ ସାଢେ ପାଞ୍ଚ ଶହରୁ ଅଧିକ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆଫଗାନ ସେନା ସୂତ୍ରରୁ ପ୍ରକାଶ, ରବିବାର ସନ୍ଧ୍ୟାରୁ ୨୪ ଘଣ୍ଟା ଧରି ଆମେରିକାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷା କରାଯାଇଥିଲା । ନାଙ୍ଗରହାର, ଲଘମନ, ମଜନୀ, ପକାତିୟା, ପକାତିକା, କାନ୍ଦହାର, ଉରଜଗନ, ହେରାତ, ଫାରହା, ଜାବଜାନ, ନିମରୁଜ, ତାଖର ଆଦି ଅଞ୍ଚଳରେ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏହିଥିରେ ପ୍ରାୟ ୮୭୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୩୦୯ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଷ୍ଟ୍ରାଇକର ଭିଡିଓ ଜାରି କରିଛି ।
ୟୁଏସ ପ୍ରତିରକ୍ଷା ମନ୍ତ୍ରାଳୟର ପକ୍ଷରୁ ଏୟାର ଷ୍ଟ୍ରାଇକର ଭିଡିଓ ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ କହୁାଯାଇଛି କି, ଆଫଗାନିସ୍ତାନରେ ଥିବା ତାଲିବାନ ଠିକଣାରେ ବୋମା ବର୍ଷଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୧୦୦ରୁ ଅଧିକ ଯାନବାହାନ ଓ ଗୋଳାବାରୁଦକୁ ନଷ୍ଟ କରାଯାଇଛି ।