ଭାରତକୁ ଆମେରିକାର ଅତିରିକ୍ତ ୪.୧ କୋଟି ଡଲାର ସହାୟତା

0

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତରେ ଭୟଙ୍କର ହୋଇଥିବା ବେଳେ ତୃତୀୟ ଲହରକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । ଏହି ମହାମାରୀର ମୁକାବିଲା ତଥା ଭବିଷ୍ୟତରେ ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରି ପରିସ୍ଥିତି ନିମନ୍ତେ ଭାରତକୁ ସହାୟତାର ହାତ ବଢାଇଛି ଆମେରିକା । ଆମେରିକା ଭାରତକୁ ଅତିରିକ୍ତ ୪.୧ କୋଟି ଡଲାରର ସହାୟତା ପ୍ରଦାନ ଲାଗି ଘୋଷଣା କରିଛି। ଗତ ଏପ୍ରିଲ-ମେରେ ଭାରତରେ କରୋନା ସଂକ୍ରମଣ ଯେତେବେଳେ ଶୀର୍ଷରେ ହୋଇଥିଲା ସେତେବେଳେ ଆମେରିକା ଆବଶ୍ୟକୀୟ ଚିକିତ୍ସା ଉପକରଣ, ଔଷଧ, ଅକ୍ସିଜେନ ଆଦି ଯୋଗାଇ ଦେଇଥିଲା । ବର୍ତ୍ତମାନର ଅତିରିକ୍ତ ୪.୧ କୋଟି ସହାୟତା ପରେ ଏହି ରାଶି ୨୦ କୋଟି ଡଲାରରୁ ବି ଅଧିକ ହେବ।
କରୋନାର ପ୍ରଥମ ଲହରରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିଲା । ସେହି ସମୟରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ୫୦ ମିଲିୟନ ବଟିକା ଆମେରିକ।।କୁ ଯୋଗାଇ ଦେଇଥିଲା । ଭାରତର ସହଯୋଗ ପାଇଁ ଆମେରିକା ବର୍ତ୍ତମାନ ଭାରତର ଅସୁବିଧା ସମୟରେ ସହାୟତାର ହାତ ବଢାଇ ଦେଇଛି ।