ୱାସିଂଟନ: ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଦେଶରେ ମାନବାଧିକାର ସ୍ଥିତି ଉପରେ ବାର୍ଷିକ ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ ଚୀନର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯାତନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ସଂଖ୍ୟାଲଘୁଙ୍କ ବ୍ୟତୀତ ଅନ୍ୟ ଅଳ୍ପସଂଖ୍ୟକ ସମୁଦାୟ ଉପରେ ହେଉଥିବା ଦୁର୍ବ୍ୟବହାରକୁ ନରସଂହାରର ଆଖ୍ୟା ଦିଆଯାଇଛି । ଚୀନ ଓ ଆମେରିକା ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ଏହି ରିପୋର୍ଟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଇବ ।
ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ମୁଖ୍ୟତଃ ଚୀନର ଶିନଜିୟାଂଙ୍ଗରେ ସଂଖ୍ୟାଲଘୁ ମୁସଲମାନ ଓ ଅନ୍ୟ ଅଳ୍ପସଂଖକଙ୍କ ବିରୋଧରେ, ମାନବତା ବିରୋଧରେ ନରସଂହାର ଓ ଅପରାଧ ହେଉଛି । ଏହା ପୂର୍ବରୁ ଜାରି ଥିଲା । ଯେଉଁଥିରେ ନାଗରିକଙ୍କୁ ଜବରଦସ୍ତି ବନ୍ଦୀ କରି ରଖାଯାଏ, ସେମାନଙ୍କୁ ବନ୍ଧ୍ୟା କରାଯାଏ, ଗର୍ଭପାତ କରି ଗୋତି ଶ୍ରମିକ ଭାବେ ନିୟୋଜିତ କରାଯାଏ । ଏଥିସହ ଧର୍ମର ସ୍ୱତନ୍ତ୍ରତା ଓ ଅଭିବ୍ୟକ୍ତି ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ ।
ସୂଚନାଯୋଗ୍ୟ, ଗତବର୍ଷ ଏକ ରିପୋର୍ଟରେ କୁହାଯାଇଥିଲା କି, ଶିନଜିୟାଙ୍ଗରେ ପ୍ରାକୃତିକ ଜନସଂଖ୍ୟା ବୃଦ୍ଧିରେ ନାଟକୀୟ ହ୍ରାସ ଦେଖିବାକୁ ମିଳଛି । ୨୦୧୫ ଓ ୨୦୧୮ ମଧ୍ୟରେ ସବୁଠାରୁ ବଡ ସଂଖ୍ୟାଲଘୁ ସମ୍ପ୍ରଦାୟରେ ୮୪ ପ୍ରତିଶତ ହ୍ରାସ ହୋଇଥିଲା । ଏହା ପରେ ଚଳିତ ଆମେରିକୀୟ ରିପୋର୍ଟରେ ସିଧାସଳଖ ଚୀନ ଉପରେ ନାଗରିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ ହୋଇଛି । ସରକାରୀ ଓ ସୁରକ୍ଷାବଳର ଅଧିକାରୀ ମାନବାଧିକାର ହନନ କରନ୍ତି ।